୧୮ରେ ଆଇନଜୀବୀଙ୍କ କୋର୍ଟ ବର୍ଜନ

  |   Cuttacknews

କଟକ : ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଗୋଟିଏ ପଟେ ଐତିହାସିକ ଘଟଣାକ୍ରମରେ ଗତକାଲି ହାଇକୋର୍ଟର ପୂର୍ଣ୍ଣାଙ୍ଗ ବେଞ୍ଚ୍‌ ଆଇନଜୀବୀଙ୍କ ଆନ୍ଦୋଳନକୁ ଅଦାଲତ ଅବମାନନା ବୋଲି ବିଚାର କରି ନୋଟିସ ଜାରି କରିଥିବା ବେଳେ ଆଜି ହାଇକୋର୍ଟର ଆଇନଜୀବୀମାନେ ଆନ୍ଦୋଳନକୁ ଅଧିକ ବ୍ୟାପକ କରିଛନ୍ତି। ହାଇକୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଂଗକୁ ନେଇ ଆଇନଜୀବୀଙ୍କ କୋର୍ଟ ବର୍ଜନ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଜି ଘୋ‌ଷଣା କରାଯାଇଛି। ଏହାବ୍ୟତୀତ ୧୮ ତାରିଖ ଶୁକ୍ରବାର ଦିନ ରାଜ୍ୟସ୍ତରରେ ସମସ୍ତ କୋର୍ଟ ବର୍ଜନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସେହି ଦିନ ରାଜ୍ୟର ସମସ୍ତ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେ‌ବେ ବୋଲି ଆଜି ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଅକ୍ଟୋବର ୧୮ ତାରିଖ ଦିନ ୧୧ଟାରେ ହାଇକୋର୍ଟ ବାର୍ ଆସୋସିଏସନରେ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ରାଜ୍ୟର ସମସ୍ତ ଆଇନଜୀବୀ ସଂଘର ସଭାପତି, ସଂପାଦକ ଯୋଗ ଦେବେ। ବିଚାରପତି ନିଯୁକ୍ତି ପ୍ରସଂଗ ସହିତ ହାଇକୋର୍ଟ ପକ୍ଷରୁ ଆଇନଜୀବୀ ଆନ୍ଦାଳନକୁ ନେଇ ରୁଜୁ ଅଦାଲତ ଅବମାନନା ମାମଲା ସଂପର୍କରେ ରାଜ୍ୟସ୍ତରୀୟ ସମ୍ମିଳନୀରେ ଆଲୋଚନା କରାଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି। ହାଇକୋର୍ଟ ବାର୍ ଆସୋସିଏସନ ପକ୍ଷରୁ ଗଠିତ ଆକ୍ସନ କମିଟି ‌ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନେଇଛି। କଲେଜିୟମ ବ୍ୟବସ୍ଥାର ଉଚ୍ଛେଦ ସହିତ ନ୍ୟାସନାଲ ଜୁଡିସିଆଲ ଆପଏଣ୍ଟମେଣ୍ଟ କମିସନ୍ (ଏନ୍‌ଜେଏସି) ମାଧ୍ୟମରେ ବିଚାରପତି ନିଯୁକ୍ତି କରିବା ଦାବି ସଂପର୍କରେ ଆକ୍ସନ କମିଟି ସେମାନଙ୍କୁ ଅବଗତ କରିବ। ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପ୍ରସଂଗ ମଧ୍ୟ ଆଲୋଚନା ସମୟରେ ଉଠାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ୧୭ ତାରିଖରେ ରାଜ୍ୟ ଆଇନମନ୍ତ୍ରୀଙ୍କୁ ଆଇନଜୀବୀ ପ୍ରତିନିଧିମାନେ ସାକ୍ଷାତ କରି ହାଇକୋର୍ଟ ବାର୍ ଆସୋସିଏସନର ଦାବି ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।...

ଫୋଟୋ - http://v.duta.us/Cr_DbQAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/DGWJ0wAA

📲 Get Cuttacknews on Whatsapp 💬