ଆଇନଜୀବୀଙ୍କ ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ୪ରେ, ଆନ୍ଦୋଳନ ପହିଲା ଯାଏ ଜାରି ରହିବ

କଟକ: ଆଜି ଓଡ଼ିଶା ହାଇକୋର୍ଟଙ୍କର ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟର ଓକିଲ ସଂଘଗୁଡ଼ିକର ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୧୩ ବିଚାରପତି ଏହି ମାମଲାର ଶୁଣାଣି କରିବା ସମୟରେ ବିଭିନ୍ନ ଓକିଲ ସଂଘର ସଦସ୍ୟ ଜଣାଇଥିଲେ କି ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ କାହିଁକି ଆସିଛି, ତାହା ଅବଗତ କରାଯାଇ ନାହିଁ। କେବଳ ନୋଟିସ୍‌ ଜାରି କରାଯାଇଛି। ଏହାର କାରଣ ସମ୍ପର୍କରେ ଅବଗତ ହେବା ପରେ ସେମାନେ ହାଇକୋର୍ଟଙ୍କ ନୋଟିସର ଜବାବ ରଖି ପାରିବେ।

ଓକିଲ ସଂଘର ପକ୍ଷ ଶୁଣିବା ପରେ ଖଣ୍ଡପୀଠ ବିଭିନ୍ନ ଜିଲ୍ଲା ଜଜ ଓ ରେଜିଷ୍ଟାରଙ୍କ ରିପୋର୍ଟ ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଆସନ୍ତା ନଭେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସ୍ଥିର କରିଥିଲେ। ଏହି ସମୟ ମଧ୍ୟରେ ଓକିଲ ସଂଘର ସଭାପତି ଓ ସମ୍ପାଦକ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।...

ଫୋଟୋ - http://v.duta.us/bWfNSwAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/MpywZgAA

📲 Get Odisha News on Whatsapp 💬