ପ୍ଲାଷ୍ଟିକ୍‌, ସ୍ଲାଗ୍‌ରେ ନିର୍ମାଣ ହେବ ପଶ୍ଚିମ ଓଡ଼ିଶାର ୫୧୦ କିମି ରାସ୍ତା

ରାଉରକେଲା : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏଥର ଗ୍ରିନ ଟେକ୍ନୋଲୋଜିର ସର୍ବାଧିକ ବ୍ୟବହାର କରାଯିବ। ପରିବେଶ ପ୍ରଦୂଷଣ ରୋକିବା ସହ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଗ୍ରିନ୍‌ ଟେକ୍ନୋଲୋଜିର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ଭାରତ ସରକାରଙ୍କ ନ୍ୟାସନାଲ ରୁରାଲ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଡେଭେଲପ୍‌ମେଣ୍ଟ୍‌ ଏଜେନ୍ସି (ଏନ୍‌ଆର୍‌ଆଇଡିଏ) ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ, ଉଭୟ ପିଏମ୍‌ଜିଏସ୍‌ୱାଇ-୧ ଓ ପିଏମ୍‌ଜିଏସ୍‌ୱାଇ-୨ରେ ମୋଟ୍‌ ୧୩୩.୬୭ କିଲୋମିଟର ରାସ୍ତା ଗ୍ରିନ୍‌ ଟେକ୍ନୋଲୋଜି ବ୍ୟବହାର କରି ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପଶ୍ଚିମ ଓଡ଼ିଶାର ୪ଟି ଗ୍ରାମ୍ୟ ନିର୍ମାଣ ସର୍କଲ୍‌ (ଆର୍‌ଡବ୍ଲ୍ୟୁ ସର୍କଲ), ଯଥା-ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା ଅନ୍ତର୍ଗତ ବିଭିନ୍ନ ଡିଭିଜନ୍‌ରେ ମୋଟ୍‌ ୫୧୦.୩୨ କିଲୋମିଟର ରାସ୍ତା ଗ୍ରିନ୍‌ ଟେକ୍ନୋଲୋଜି ବ୍ୟବହାର କରି ନିର୍ମାଣ କରିବାକୁ ନିର୍ଦ୍ଦେଶ ହୋଇଛି।

ଗରମ ପିଚୁ, ସିମେଣ୍ଟ୍‌, ଚିପ୍‌ସ ଆଦିର ବହୁଳ ବ୍ୟବହାର ଯୋଗୁଁ ବହୁମାତ୍ରାରେ ପରିବେଶ ପ୍ରଦୂଷିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଗ୍ରିନ୍‌ ଟେକ୍ନୋଲୋଜିର ବ୍ୟବହାରକୁ ପ୍ରାଥମିକତା ଦିଆଯାଇଛି। ଗ୍ରିନ୍‌ ଟେକ୍ନୋଲୋଜି ଅନୁସାରେ, ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ସ୍ଲାଗ୍‌, ବର୍ଜ୍ୟ ପ୍ଲାଷ୍ଟିକ୍‌, ଥଣ୍ଡା ପିଚୁ, ଲାଇମ୍‌ର ବ୍ୟବହାର, ସେଲ୍‌ ଫିଲ୍‌ଡ କଂକ୍ରିଟ୍‌ର ବ୍ୟବହାର କରାଯିବ। ଉଦାହରଣ ସ୍ବରୂପ ପୂର୍ବରୁ ଗରମ ପିଚୁ ଓ ଚିପ୍‌ସକୁ ମିଶାଇ ରାସ୍ତା ନିର୍ମାଣ କରାଯାଉଥିଲା। ଯଦ୍ବାରା ଗରମ ପିଚୁର ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଥିଲା। ଏଥର ଗରମ ପିଚୁ ବଦଳରେ ଥଣ୍ଡା ପିଚୁକୁ ବ୍ୟବହାର କରାଯିବ। ସେହିଭଳି ମେଟାଲ ବଦଳରେ ସ୍ଲାଗ୍‌ର ବ୍ୟବହାର, ବର୍ଜ୍ୟ ପ୍ଲାଷ୍ଟିକ୍‌, ମୋରମ ଓ ସିମେଣ୍ଟ୍‌ର ମିଶ୍ରଣରେ ରାସ୍ତା ନିର୍ମାଣ, ଗ୍ରିନ୍‌ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ।...

ଫୋଟୋ - http://v.duta.us/NJPOGQAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/_yrvswAA

📲 Get Odisha News on Whatsapp 💬