ଭିମ୍‌ସାର୍‌ରେ ପୁଣି ଉତ୍ତେଜନା, ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୨ ଯୁବକ ଗିରଫ

ସମ୍ବଲପୁର : ବୁର୍ଲା ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ଠେଲାପେଲା ଅଭିଯୋଗ ହୋଇଛି। ଏହାର ଜବାବରେ ଛାତ୍ରମାନେ ସଂପୃକ୍ତ ରୋଗୀ ସଂପର୍କୀୟଙ୍କୁ ଧରିନେଇ ପୁଲିସ୍‌ର ଜିମା ଦେବା ଏବଂ ବହୁ ସମୟ ଧରି ମେଡିକାଲ ଫାଣ୍ଡିକୁ ଘେରାଉ କରି ରଖିବା ଘଟଣାରେ ମେଡିକାଲ ପରିସର ଅଶାନ୍ତ ହୋଇଛି। ଛାତ୍ରମାନଙ୍କ ଏତଲା ଆଧାରରେ ପୁଲିସ୍‌ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଅପରପକ୍ଷେ ଡାକ୍ତରୀ ଛାତ୍ରମାନେ ବି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅବଶ୍ୟ ଏନେଇ ଏପର୍ଯ୍ୟନ୍ତ କୌଣସି ଏତଲା ରୁଜୁ ହୋଇନାହିଁ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

ବୁର୍ଲା ବଡ଼ ଡାକ୍ତରଖାନାର ଭାରପ୍ରାପ୍ତ ଅଧୀକ୍ଷକ ଡା. ଲାଲମୋହନ ନାୟକ ଏବଂ ଡାକ୍ତରୀ ଛାତ୍ରମାନେ କରିଥିବା ଅଭିଯୋଗ ମୁତାବକ ରବିବାର ଅପରାହ୍‌ଣରେ ୨ ଜଣ ଦୁର୍ବୃତ୍ତ ସ୍ନାୟୁଶଲ୍ୟ ବିଭାଗ ଅସ୍ତ୍ରୋପଚାର କକ୍ଷକୁ ଜବରଦସ୍ତି ପ୍ରବେଶ କରି ସେଠାରେ ଚିକିତ୍ସାରତ ସ୍ନାୟୁଶଲ୍ୟ ବିଭାଗର ସହାୟକ ପ୍ରଫେସର ଡା. ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ଏକ ଘରୋଇ ନର୍ସିଂହୋମ୍‌କୁ ଯାଇ ତାଙ୍କ ରୋଗୀଙ୍କୁ ଚିକିତ୍ସା କରିବାକୁ କହିଥିଲେ। ଡା. ପାଟ୍ଟଯୋଶୀ ମନା କରିବାରୁ ସେମାନେ ତାଙ୍କୁ ଗାଳିଗୁଲଜ ଓ ଠେଲାପେଲା କରିଥିଲେ। ଯୁବକଦ୍ବୟ ମଧ୍ୟ ଓଟି ଭିତରେ କାଚ ଟେବୁଲ ଇତ୍ୟାଦି ଭଙ୍ଗାରୁଜା କରିଥିଲେ। ପାଟି ଶୁଣି ସେଠାରେ ଡାକ୍ତରଖାନା କର୍ମଚାରୀ ଓ ଡାକ୍ତରୀ ଛାତ୍ରମାନେ ପହଞ୍ଚିଥିଲେ। ଜଣେ ଯୁବକ ପଳାଇ ଯାଇଥିଲା ବେଳେ ଅନ୍ୟ ଜଣକୁ ଆଣି ପୁଲିସ୍‌ର ଜିମା ଦେଇଥିଲେ। ଡା. ପାଟ୍ଟଯୋଶୀଙ୍କୁ ଦୁର୍ବ୍ୟବହାର କରିଥିବା ଅନ୍ୟ ଯୁବକକୁ ଗିରଫ କରିବା ସହ ଉଭୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଛାତ୍ରମାନେ ବହୁ ସମୟ ଧରି ମେଡିକାଲ ଫାଣ୍ଡି ଘେରାଉ କରି ରଖିଥିଲେ। ଅତିରିକ୍ତ ଏସ୍‌ପି ସୁକାନ୍ତ ଦାଶ ମଧ୍ୟ ଘଟଣାକୁ ଏହି ପ୍ରକାର ବୋଲି ବର୍ଣ୍ଣନା କରିଛନ୍ତି। ଭିମସାର୍‌ ୟୁଜି ଛାତ୍ର ସଂସଦ ସଭାପତି ଦେବକୀ ନନ୍ଦନ ସେନାପତି କିନ୍ତୁ ଛାତ୍ରମାନେ ରୋଗୀ ସଂପର୍କୀୟଙ୍କୁ ମାଡ଼ ମାରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ ଉଭୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।...

ଫୋଟୋ - http://v.duta.us/BWseWgAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/rS0qwwAA

📲 Get Odisha News on Whatsapp 💬