ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ, ୩ ବର୍ଷରେ ଅବଢା ଯୋଜନରେ ଖର୍ଚ୍ଚ ହେବ ୩୨୦୮ କୋଟି ଟଙ୍କା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ର ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁସାରେ ରାଜ୍ୟ ସରକାର ଅବଢ଼ା ଯୋଜନାକୁ ଗୁରୁତ୍ୱ ଦେଇଛନ୍ତି।

ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ, ଅବଢ଼ା ଯୋଜନାରେ ପୁରୀ ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ଚଳିତ ବର୍ଷ ଏହି ଯୋଜନାରେ ମୋଟ ୭୧୯ କୋଟି ଟଙ୍କା ଖର୍ଚ୍ଚ ହେବ।

କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ଏଣିକି ଜାତି ଓ ଆୟ ପ୍ରମାଣପତ୍ର ପାଇଁ ୟୁଜର୍ସ ଫି ଦେବାକୁ ପଡ଼ିବ ନାହିଁ। ୟୁଜର୍ସ ଫି ସହ ଆବେଦନ ଫି ଉଚ୍ଛେଦ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।

ସେହିପରି ରାଜ୍ୟ ସରକାର ମୟୁରଭଂଜ ଜିଲ୍ଲାର କୁସୁମୀ, ଯାଜପୁର ଜିଲ୍ଲାର ସୁକିନ୍ଦା ଓ କେନ୍ଦୁଝର ଜିଲ୍ଲାର ହାଟଡିହ ବ୍ଲକକୁ ପାଇପ୍‌ ଜଳ ଯୋଗାଇବେ। ଏହି ୩ଟି ବ୍ଲକରେ ୩୮୪ଟି ଗାଁ ଅଛି। ଏହି ପ୍ରକଳ୍ପରେ ମୋଟ୍‌ ୬୪୧.୫୭ କୋଟି ଟଙ୍କା ଖର୍ଚ୍ଚ ହେବ।

ଫୋଟୋ - http://v.duta.us/d0F8_AAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/oNDAogAA

📲 Get Odisha News on Whatsapp 💬