'ଖାଲି ପକେଟରେ ଆସି ମାଗଣାରେ ଚିକିତ୍ସା'ର ବିକଳ ଚିତ୍ର : ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ବଡ଼ ମେଡିକାଲର ନିରାମୟ କେନ୍ଦ୍ରରେ ମାଗଣା ଔଷଧ ପାଉନାହାନ୍ତି ରୋଗୀ

ସମ୍ବଲପୁର : ଅକ୍ଟୋବର ୨ ତାରିଖରୁ ରାଜ୍ୟ ସରକାରଙ୍କ 'ମୋ ସରକାର' କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ସରକାରୀ ‌ମେଡିକାଲକୁ ଆସୁଥିବା ରୋଗୀ ଖାଲି ପକେଟରେ ଆସି ମାଗଣାରେ ଚିକିତ୍ସା ପାଇପାରିବେ ବୋଲି ଘୋଷଣା ହୋଇଛି। କିନ୍ତୁ ଏହି ଯୋଜନା କାର୍ଯ୍ୟକାରୀ ନହେଉଣୁ ଝୁଣ୍ଟିବାରେ ଲାଗିଲାଣି। ବିନା ଟଙ୍କାରେ ସମ୍ପୂର୍ଣ୍ଣ ଚିକିତ୍ସା ତ ଦୂରର କଥା ସାମାନ୍ୟ ଔଷଧ ଓ ରୋଗ ନିରୂପଣ ମଧ୍ୟ ସମ୍ବଲପୁରରେ ସମ୍ଭବ ହେଉନି। ଅନ୍ୟ ଉପାନ୍ତ ଅଞ୍ଚଳ କଥା ଦୂରେ ଥାଉ ଖୋଦ୍‌ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ବଡ଼ ମେଡିକାଲରେ ଯୋଜନାର ଏଭଳି ସ୍ଥିତି ଲାଗି ରହିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିରାମୟ କେନ୍ଦ୍ରରେ ମୋଟ ୧୭୦ଟି ଔଷଧର ତାଲିକା ରହିଥିବା ସମୟରେ ଏଠାରେ ୭୦ରୁ ଅଧିକ ଔଷଧ ଉପଲବ୍ଧ ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ଘରୋଇ ଔଷଧ ଦୋକାନରୁ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ନିରାମୟ କେନ୍ଦ୍ରରେ ସମସ୍ତ ଔଷଧ ମିଳୁନଥିବା ସମୟରେ ରୋଗୀଙ୍କୁ ଅନ୍ୟ ଯୋଜନା ମାଧ୍ୟମରେ ବି ଔଷଧ ଯୋଗାଇ ଦିଆଯାଉନି। ଏନେଇ ଏଡିଏମ୍‌ଓ ମେଡିକାଲ ଡା.ଅଶୋକ ଦାଶଙ୍କୁ ପଚାରିବାରେ ସରକାର ଯାହା ଯୋଗାଉଛନ୍ତି, ତାହା ଦିଆଯାଉଛି ବୋଲି କହିଥିଲେ। ତେବେ ନିରାମୟରେ ଉପଲବ୍ଧ ହେଉନଥିବା ଔଷଧ ମେଡିକାଲର ନିଜସ୍ବ ପାଣ୍ଠି, ଓଏସ୍‌ଟିଏଫ ଓ କ୍ୟାମ୍ପସ ମେଡିକାଲରୁ ମଧ୍ୟ ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ଥିବା ବ୍ୟବସ୍ଥା ସମ୍ପର୍କରେ ପଚାରିବାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପଙ୍କଜିନୀ ପଣ୍ଡା ଏସମ୍ପର୍କରେ କୌଣସି ଉତ୍ତର ଦେଇନଥିଲେ।...

ଫୋଟୋ - http://v.duta.us/Bs2dtwAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/AlnBqQAA

📲 Get Odisha News on Whatsapp 💬