ରାୟଗଡା : ୫ କୋଟିର ଶୀତଳ ଭଣ୍ଡାର ଏବେ ଭୂତକୋଠି

ରାୟଗଡା : ୫ କୋଟି ବ୍ୟୟରେ ନିର୍ମାଣ ହେଲା ଶୀତଳ ଭଣ୍ଡାର। ଉଦ୍‌ଘାଟନ କଲେ ନିଜେ ମୁଖ୍ୟମନ୍ତ୍ରୀ। ଆଶା ଥିଲା ଚାଷୀଙ୍କ ଉପକାରରେ ଆସିବ। କିନ୍ତୁ ବିଭାଗୀୟ ଅବହେଳା କାରଣରୁ ଉଦ୍‌ଘାଟନ ପରଠୁ ଝୁଲୁଛି ତାଲା। ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପରିଣତ ହେବାକୁ ଯାଉଥିବା ଶୀତଳ ଭଣ୍ଡାର ପୁନରୁଦ୍ଧାର ପାଇଁ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ କାହାର ଆନ୍ତରିକତା ନାହିଁ। ପୁରୁଣା ଶୀତଳ ଭଣ୍ଡାର ଏପରି ଅବସ୍ଥା ଯୋଗୁଁ ଖୋଲିବାକୁ ଥିବା ନୂଆ ଶୀତଳ ଭଣ୍ଡାରକୁ ଅନୁମୋଦନ ଦେଉ ନାହାନ୍ତି ସରକାର।

ଦେଢ଼ ଏକର ପରିମିତ ଜମିରେ ମାର୍କଫେଡ୍ ଦ୍ବାରା ତୁମ୍ବିଗୁଡାରେ ନିର୍ମିତ ହୋଇଛି ଶୀତଳ ଭଣ୍ଡାର। ୫ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ଶୀତଳ ଭଣ୍ଡାରରେ ରହିଛି ୩ଟି ବୃହତ ଗୋଦାମ। ୨୦୧୩ ଫେବ୍ରୁଆରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ଉଦ୍ୟାନ ବିଭାଗକୁ ଲିଜ୍ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କୌଣସି କାରଣରୁ ଉଦ୍ୟାନ ବିଭାଗକୁ ଶୀତଳ ଭଣ୍ଡାର ହସ୍ତାନ୍ତର ହୋଇ ପାରିଲାନି। ଏହାପରେ ପିପିପି ମୋଡରେ ଏହାକୁ ଚଲାଇବା ପାଇଁ ମାର୍କଫେଡ୍ ଓ ସରକାରଙ୍କ ପକ୍ଷରୁ ଉଦ୍ୟମ ହେଲା। ତାହା ବି ଫଳପ୍ରସୂ ହୋଇ ପାରିଲାନି। ଇତି ମଧ୍ୟରେ ୬ବର୍ଷ ବିତି ଯାଇଛି। ସବୁଠୁ ଆଶ୍ଚର୍ଯ୍ୟ କଥା ଶୀତଳ ଭଣ୍ଡାର କାର୍ଯ୍ୟକାରୀ ନ ହେବା ସତ୍ତ୍ବେ ଏହାର ମରାମତି ବାବଦକୁ ଖର୍ଚ ହୋଇଛି ଲକ୍ଷାଧିକ ଟଂକା। ମାସିକ ପିଅନ, ସୁରକ୍ଷାକର୍ମୀ, ଯନ୍ତ୍ରୀଙ୍କ ସହ ୩ ଜଣ ଶୀତଳ ଭଣ୍ଡାରରେ କାମ କରୁଥିବା ଦେଖାଇ ମାସିକ ଦରମା ପାଉଛନ୍ତି। ଦୀର୍ଘ ଦିନ ହେଲା ଏରିଆ ମ୍ୟାନେଜର୍ ପଦବି ଖାଲି ପଡିଥିବାରୁ ଏହାର ଦାୟିତ୍ବ ମାର୍କଫେଡ୍ ସାର ଗୋଦାମ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦିଆଯାଇଛି। କିନ୍ତୁ ଦାୟିତ୍ବରେ ଥିବା ଅଧିକାରୀ ଆଉ ୨ମାସ ପରେ ଅବସର ଗ୍ରହଣ କରିବାକୁ ଥିବାରୁ କାଦୁଅକୁ ଯିବି କାହିଁକି ଗୋଡ ଧୋଇବି କାହିଁକି ନ୍ୟାୟରେ ଉକ୍ତ ଶୀତଳ ଭଣ୍ଡାରରେ ପାଦ ପକାଇ ନାହାନ୍ତି। ଶୀତଳ ଭଣ୍ଡାର ଚତୁଃପାର୍ଶ୍ବ ଅନାବନା ଗଛଲତାରେ ପରିପୂର୍ଣ ହେବା ସହ ଛାତ ଉପରେ ଓ ଭିତରେ କାଠ ଭର୍ତି କରି ରଖାଯାଇଛି। ଏହି କାଠ କିଏ, କାହିଁକି ରଖିଛି ତାର ସୂଚନା ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ।...

ଫୋଟୋ - http://v.duta.us/ET4_YgAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/66BxIQAA

📲 Get Odisha News on Whatsapp 💬