ସତୁରି ବର୍ଷ ପରେ ବି ବଦଳୁନି ଗାଇସିଲାଟ୍ ଡାକ୍ତରଖାନାର ଅବସ୍ଥା : ଡାକ୍ତର, ନର୍ସ ଅଭାବ ସାଙ୍ଗକୁ ଡାକ୍ତରଖାନାରେ ପାଣି ନାହିଁ, ଭାରୁଆ ଭରସା
ବରଗଡ଼/ଗାଇସିଲାଟ୍ : ପୁଣି ଥରେ ଉପନିର୍ବାଚନ ପାଇଁ ସାରା ବିଜେପୁର ନିର୍ବାଚନ ମଣ୍ଡଳୀ ଉଠୁଛି ପଡ଼ୁଛି। ରାଜନୈତିକ ଉଷ୍ଣତା ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର, ଗାଇସିଲାଟ୍ ଏବଂ ବରପାଲି ବ୍ଲକ୍କୁ ଗ୍ରାସ କରି ସାରିଲାଣି। ନେତା, ମନ୍ତ୍ରୀଙ୍କ ଧାଁଦୌଡ଼, କର୍ମୀଙ୍କ ମେଳି ଆରମ୍ଭ ହୋଇ ସାରିଲାଣି। ପୁଣି ଚାଲିଲାଣି ପ୍ରତିଶ୍ରୁତିର ପର୍ବ। ଏହା ପୂର୍ବରୁ ବି ଗତ ଉପନିର୍ବାଚନ ଓ ସାଧାରଣ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତିର ପାହାଡ଼ ଲଦା ହୋଇଥିଲା। ଲୋକେ ଭାବିଥିଲେ ଅଞ୍ଚଳର ଚିତ୍ର ଏଥର ବଦଳିବ। କିନ୍ତୁ ନିରାଶ ହୋଇଛନ୍ତି ଗାଇସିଲାଟ୍ ବ୍ଲକବାସୀ। ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଏହା ଜଳଜଳ ହୋଇ ଦେଖାଯାଉଛି।
ଏହି ସ୍ବାସ୍ଥ୍ୟକେନ୍ଦ୍ର ୧୯୪୮ ମସିହାରେ ସ୍ଥାପନ ହୋଇଥିଲା। ସାତ ଦଶନ୍ଧି ପରେ ବି ଏହାର ଭିତ୍ତିଭୂମିରେ ବିଶେଷ କିଛି ବିକାଶ ଘଟିନାହିଁ। ଏହି ସ୍ବାସ୍ଥ୍ୟକେନ୍ଦ୍ର ସିଏଚ୍ସି ନା ପିଏଚ୍ସି, ତାହା କେହି ସ୍ପଷ୍ଟ କରି ପାରୁନାହାନ୍ତି। କିଛି ମାସ ତଳେ ଏଠାରେ ସୂଚନା ଫଳକରେ ସିଏଚ୍ସି ବୋଲି ଉଲ୍ଲେଖ କରାଯାଇଥିଲ।। ଯଦି ଏହା ସିଏଚ୍ସି, ବେଳେ ଏଠାକୁ ବାର୍ଷିକ ୫ଲକ୍ଷ ଟଙ୍କା ସରକାରୀ ଅନୁଦାନ ଆସିବା କଥା। କିନ୍ତୁ ଏଯାଏ ଏଠାକୁ ବାର୍ଷିକ ୫୦ହଜାର ଟଙ୍କା ସରକାରୀ ସହାୟତା ଆସୁଛି। ତେଣୁ ଲୋକେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଅସଲ ପରିଚୟ ଖୋଜି ପାରୁନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପାଣି ସମସ୍ୟା। ଡାକ୍ତରଖାନାର ମୂଳ ଆବଶ୍ୟକତା ପାଣି। ଏଠାରେ କିନ୍ତୁ ପାଣି ଟୋପାଏ ମିଳୁନି। ଏଠାରେ ଜଳଯୋଗାଣ ବ୍ୟବସ୍ଥା ଫେଲ୍। ସେଥିଲାଗି ଚିକିତ୍ସା ବି ବାଧାପ୍ରାପ୍ତ ହେଉଛି। ଡାକ୍ତରଖାନାରେ ଆବଶ୍ୟକ ପାଣି ଯୋଗାଉଛନ୍ତି କିଛି ଭାରୁଆ। ରୋଗୀମାନେ ବି ଭାରୁଆକୁ ୨୦/୩୦ ଟଙ୍କା ଦେଇ ପାଣି ମଗାଉଛନ୍ତି। ପାଣି ନଥିବାରୁ ପ୍ରସୂତିମାନେ ବି ୨/୩ ଘଣ୍ଟା ମଧ୍ୟରେ ଡାକ୍ତରଖାନା ଛାଡ଼ି ଘରକୁ ପଳାଉଛନ୍ତି। ଏନେଇ ଅଭିଯୋଗ କଲେ ମାତ୍ର ଦିନେ କିମ୍ବା ଦୁଇଦିନ ଦୋଷ ଛଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କରରେ ଜଳ ଯୋଗାଣ କରାଯାଉଛି। ତା'ପରେ ପୁଣି ସେହି ଦୁରବସ୍ଥା।...
ଫୋଟୋ - http://v.duta.us/IeTWvQAA
ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/VG9pGAAA