ସମସ୍ୟା ଘେରରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ 'ଢେପାଗୁଡା ଗାଁ', ସଞ୍ଜ ନଇଁଲେ ଡିବିରି ଆଲୁଅ ଖୋଜା

ରାମନାଗୁଡା : ଦେଶ ସ୍ବାଧୀନତା ପାଇବାର ୭୨ବର୍ଷ ବିତିଗଲା। କିନ୍ତୁ ଏବେ ମଧ୍ୟ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ଆଲୋକ ଭଳି ମୌଳିକ ସୁବିଧା ପହଞ୍ଚି ପାରି ନାହିଁ। ବାରମ୍ବାର ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଲୋକେ ଗୁହାରି କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନାହିଁ। ଏଭଳି ଏକ ଗ୍ରାମ ହେଉଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଢେପାଗୁଡା।

ରାମନାଗୁଡା ବ୍ଲକର ଅବହେଳିତ ଉକୁମ୍ବା ପଞ୍ଚାୟତ ଅଧୀନରେ ରହିଛି ଢେପାଗୁଡା ଗାଁ। ରାମନାଗୁଡା ମୁଖ୍ୟ ରାସ୍ତାରୁ ୧୭କିଲୋମିଟର ଦୂର ଗଲେ ଏହି ଗାଁରେ ପହଞ୍ଚିବାକୁ ପଡିଥାଏ। ଏଠାରେ ୪୫ ଆଦିବାସୀ ଓ ଶବର ସମ୍ପ୍ରଦାୟର ପରିବାରରେ ୧୬୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ଗାଁକୁ ବିଜୁଳି ଲାଇନ୍ ଆସିଛି ସତ କିନ୍ତୁ ୨ରୁ ୩ଟି ଘରକୁ ଛାଡି ଦେଲେ ଅନ୍ୟ କୌଣସି ଘରକୁ ବିଜୁଳି ପହଞ୍ଚି ପାରି ନାହିଁ। ଦୀର୍ଘ ଦିନ ଧରି ଲୋ ଭୋଲଟେଜ୍ ସମସ୍ୟାରେ ପେଶି ହେଉଥିବା ବେଳେ ବିଦ୍ୟୁତ ବିଭାଗ ଗ୍ରାମବାସୀଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା କହିଛନ୍ତି। ଫଳରେ ସଞ୍ଜ ନଇଁଲେ ଏଠାରେ ଲୋକେ ଡିବିରି ଆଲୁଅ ଉପରେ ଭରସା କରିବାକୁ ବାଧ୍ୟ ହେଉଛନ୍ତି। ତେବେ କିରାସିନି ଶେଷ ହୋଇଗଲେ ଅନ୍ଧାରରେ ରାତି ବିତାଇ ଥାନ୍ତି ବୋଲି କୁହନ୍ତି ଗ୍ରାମବାସୀ।...

ଫୋଟୋ - http://v.duta.us/tTQnQQAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/uHYlTAAA

📲 Get Odisha News on Whatsapp 💬