୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାର୍ଷିକ ଉତ୍ସବ ପାଳନ କରୁଛନ୍ତି ନକ୍ସଲ, ଯୁବକ ଯୁବତୀଙ୍କୁ ଦଳରେ ସାମିଲ ପାଇଁ ଚାଲିଛି ପ୍ରୟାସ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ନକ୍ସଲ ମାନେ ଗତ ସେପ୍ଟେମ୍ବର ୨୧ ତାରିଖ ଠାରୁ ୮ ନଭେମ୍ବର ପର୍ଯ୍ୟନ୍ତ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳନ କରୁଛନ୍ତି ବାର୍ଷିକ ଉତ୍ସବ। ଏହି ଅବସରରେ ନକ୍ସଲମାନେ ସୀମାନ୍ତ ଗ୍ରାମ ଗୁଡିକରେ ପଶି ଲୋକଙ୍କୁ ନକ୍ସଲ ସଂଗଠନର ଉଦେଶ୍ୟ ଓ ଲକ୍ଷ୍ୟ ବୁଝାଇବା ସହ ସରକାର ଏବଂ ପୁଲିସ ପ୍ରଶାସନ ବିରୋଧରେ ମତାଉଛନ୍ତି। ନିଜର ହକ୍ ପାଇଁ ନିଜେ ଲଢ ବୋଲି ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ନକ୍ସଲ ପାର୍ଟିରେ କ୍ୟାଡର ନକ୍ସଲଙ୍କର ଅଭାବ ଦେଖାଦେଲାଣି। ଗତ କିଛି ମାସ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ଓଡିଶା ଓ ଛତିଶଗଡରେ ବଡ ବଡ କ୍ୟାଡର ନକ୍ସଲ ଏନକାଉଣ୍ଟରରେ ବଳି ପଡିଛନ୍ତି। ଏହାର ଭରଣ କରିବାକୁ ଦଳ ଏବେ ବହୁ ସଂଖ୍ୟାରେ ଯୁବକ ଯୁବତୀମାନଙ୍କୁ ପାର୍ଟିରେ ଭର୍ତ୍ତି କରିବାକୁ ଚେଷ୍ଟା ଆରମ୍ଭ କରିଛି। ଏପରିକି ବାଲ ସଂଗମରେ ମଧ୍ୟ ଶିଶୁମାନଙ୍କୁ ଭର୍ତ୍ତି ଚାଲିଛି। ଯଦି କେହି ଏହାର ବିରୋଧ କଲେ ଜବରଦସ୍ତ ପାର୍ଟିରେ ଭର୍ତ୍ତି କରାଯାଉଥିବା କିଛି ଲୋକ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ବିଶେଷ କରି ଯୁବତୀମାନଙ୍କୁ ଟାର୍ଗେଟ କରି ଦଳରେ ଭର୍ତ୍ତି କରାଯାଉଛି। ଯଦି ନମିଶନ୍ତି ତେବେ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ମିଳୁଛି।...
ଫୋଟୋ - http://v.duta.us/ATFFcwAA
ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/QZuMfAAA