ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ପକାଇଲେ ମହିଳା

ବଲାଙ୍ଗୀର: ବଲାଙ୍ଗୀରର ମୁରସୁଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାୟ ୩ ଘଣ୍ଟା ଧରି ମନ୍ଦିର ଘରେ ଗାଁ ମହିଳା ବନ୍ଦ କରି ରଖିଥିଲେ । ଏପରି କି ଯେତେବେଳ ଯାଏଁ ସେମାନେ ଦାବି କରିଥିବା ସମସ୍ୟାର ସମାଧାନ ହୋଇନାହିଁ ସେ ଯାଏଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ପକାଇ ରଖିବେ ବୋଲି ଗାଁ ମହିଳା କହିଥିଲେ।

ସୂଚନା ଅନୁଯାୟୀ, ବଲାଙ୍ଗୀର ମୁରସୁଣ୍ଡ ଗାଁରେ ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ହିତାଧିକାରୀଙ୍କ ନାମରେ ନକଲି ବିଲ୍‌ କରି ଟଙ୍କା ମଧ୍ୟ ଉଠାଯାଇଥିଲା । ଧନୀ ଓ ସରକାରୀ ଚାକିରିଆଙ୍କ ନାମରେ ଇନ୍ଦିରା ଆବାସ ରହିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିଲା। ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଏପରିକି ଏହି ଘଟଣାକୁ ବିଡିଓ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ କରିଥିଲେ ଇନ୍ଦିରାଆବାସରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ।...

ଫୋଟୋ - http://v.duta.us/z53ZSgAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/lJLhTQAA

📲 Get Odisha News on Whatsapp 💬