ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରପାଲିର ସିଡିପିଓଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

  |   Bargarhnews

ବରଗଡ଼ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲାର ବରପାଲିର ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାନେଇ ସୂଚନା ମିଳିଛି। ତାଙ୍କର ବରପାଲିର ଅଫିସ ସହ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ର ଭିଜିଲାନ୍ସ ଡିଏସପି ଧୀରେନ୍ଦ୍ର ନାୟକ ଏବଂ ସମ୍ବଲପୁର ଭିଜିଲାନ୍ସ ଡିଏସପି ପରମେଶ୍ବର କିଶାନଙ୍କ ନେତୃତ୍ୱରେ ଏକ ୩୦ଜଣିଆ ଟିମ୍‌ ଆଜି ସକାଳ ପ୍ରାୟ ୭ଟା ବେଳେ ଏକକାଳୀନ ବରପାଲିର ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲେ।

ଏଥିରେ ସମ୍ବଲପୁର ,ଝାରସୁଗୁଡ଼ା ବଲାଙ୍ଗୀର ଏବଂ ସୋନପୁରର ଭିଜିଲାନସ୍‌ ଟିମ୍‌ ସାମିଲ ଥିବା ଜଣାଯାଇଛି। ସଂଯୁକ୍ତା ଲେଙ୍କାଙ୍କ ପ୍ରଧାନପାଲିର ଘର, ବୀଗଡ଼ ନିକଟସ୍ଥ ବରମଚାରୀର ପୈତୃକ ଘର, ବରପାଲିରେ କାଳୀମନ୍ଦିର ପାଖରେ ଥିବା ତାଙ୍କର ଏକ ଘର ଏବଂ ଭଉଣୀଙ୍କ ଘରେ ଭିଜିଲାନସ ଏକକାଳୀନ ଚଢ଼ାଉ କରୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ ବରଗଡ଼ ଜିଲ୍ଲା ବରପାଲିର ସିଡିପିଓ ସଂଯୁକ୍ତା ଲେଙ୍କା ମାସକ ତଳେ ଏଠାକୁ ବଦଳି ହୋଇଆସିଥିଲେ। ଏହା ଆଗରୁ ସେ ଅନୁଗୁଳ ଜିଲ୍ଲାର ବଅଁରପାଳରେ ସିଡିପିଓ ଥିଲେ।

ଫୋଟୋ - http://v.duta.us/bU8kOAAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/NuJ1ogAA

📲 Get Bargarhnews on Whatsapp 💬