ଓଡ଼ିଶାରେ କେଉଁ ଶୁଖୁଆର ରହିଛି ଅଧିକ ଡିମାଣ୍ଡ ? କେମିତି ପ୍ରସ୍ତୁତ ହୁଏ ସୁଆଦିଆ ଶୁଖୁଆ ଜାଣନ୍ତୁ

ଅସ୍ତରଙ୍ଗ(ବୋୖଦ୍ଧାୟନ ଆଚାର୍ଯ୍ୟ): ଲୁଣି ପାଣିର ସୁଆଦିଆ ଶୁଖୁଆ । ପଖାଳ ଭାତ ସହ ଏହି ଲୁଣି ଶୁଖୁଆର ରହିଛି ସ୍ୱତନ୍ତ୍ର ସମ୍ପର୍କ। ହେଲେ ଏହି ସୁଆଦ ପଛରେ ଲୁଚିରହିଛି ଶୁଖୁଆ ସହ ଜଡିତ କିଛି ଲୋକଙ୍କ ହାଡଭଙ୍ଗା ପରିଶ୍ରମ। ଅସ୍ତରଙ୍ଗର ଦେବୀ ନଦୀ ମୁହାଣରେ ଶୁଖୁଆ ପ୍ରସ୍ତୁତି ପଛର କାହାଣୀ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ |

ଗଭୀର ସମୁଦ୍ରରୁ ଧୀବରମାନେ ମାଛ ଧରି ଆଣିବା ପରେ ଆରମ୍ଭ ହୁଏ ଶୁଖୁଆର ପ୍ରସ୍ତୁତି ପର୍ବ | ମାଛ ଧରିବା ପରେ ଏହାକୁ ଲୁଣ ପାଣିରେ ଦିନେ କି ଦୁଇଦିନ ବତୁରାଯାଏ |ତେବେ ପାଣିପାଗ ଉପରେ ଏହି ବତୁରାଯିବା ପ୍ରକ୍ରିୟା ନିର୍ଭର କରିଥାଏ | ବ୍ରହ୍ମପୁରର ହୁମାରୁ ଆସୁଥିବା ଲୁଣକୁ ଏକ ପାଣିକୁଣ୍ଡରେ ରଖି ମାଛକୁ ରଖାଯାଇଥାଏ | ଏହା ପରେ ଏହାକୁ ଶୁଖୁଆ ଖଳାରେ ଶୁଖାଯାଇଥାଏ | ଦୁଇ ଦିନ ଶୁଖାଯିବା ପରେ ଶୁଖୁଆକୁ ପ୍ରକାରଭେଦ ହିସାବରେ ଅଲଗା କରାଯାଏ | ପଥରମୁଣ୍ଡୀ, ଚାଉଳି, ଚିଙ୍ଗୁଡ଼ି, ଫାସୀ, ପାତୁଆ ଭଳି ଶୁଖୁଆ ପ୍ରସ୍ତୁତି କରାଯାଉଥିବାବେଳେ ଏହା ପରେ ବ୍ୟବସାୟୀଙ୍କୁ ବିକ୍ରି କରାଯାଇଥାଏ |...

ଫୋଟୋ - http://v.duta.us/gf1A9wAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/d_CgkAAA

📲 Get Odisha News on Whatsapp 💬