ଖାକି ପୋଷାକ ଆଢୁଆଳରେ ବ୍ରାଉନସୁଗାର ବେପାର କରୁଥିଲେ ପୁଲିସବାବୁ; କମିସନ୍‌ରେଟ ପୁଲିସ କଲା ଗିରଫ

ଭୁବନେଶ୍ୱର: କମିସନରେଟ୍‌ ପୁଲିସ ରିଜର୍ଭରେ କାମ କରୁଥିବା ଜଣେ କନେଷ୍ଟବଳଙ୍କୁ ଧଳା ଜହର ବ୍ୟବସାୟ କରୁଥିବା ଅପରାଧରେ କମିସନ୍‌ରେଟ ପୁଲିସ ଗିରଫ କରିଛି। ଗିରଫ କନେଷ୍ଟବଳଙ୍କ ନାମ ଜାନକୀ ବଲ୍ଲଭ ଭାରିମଲ ବୋଲି ଜଣାପଡ଼ିଛି। ଗତକାଲି ବେହେରା ସାହିରେ ସେ ବ୍ରାଉନସୁଗାର ବେପାର କରୁଥିବା ବେଳେ ପୁଲିସ ତାଙ୍କୁ ଗିରଫ କୋର୍ଟ ଚାଲାଣ କରିଛି।

କମିସନରେଟ୍‌ ପୁଲିସ ରିଜର୍ଭରେ କାମ କରୁଥିବା କନେଷ୍ଟବଳ ଜାନକୀ ବଲ୍ଲଭ ଭାରିମଲ ପୁଲିସ ପେସାକୁ ଆଧାର କରି ଦୀର୍ଘଦିନ ହେବ ଧଳା ଜହର ବେପାର କରି ଆସୁଥିଲେ। ଗତବୁଧବାର ନୟାପଲ୍ଲୀ ଅଞ୍ଚଳରୁ ଜାନକୀ ବଲ୍ଲଭଙ୍କୁ ପୁଲିସ ଗିରଫ କରିବା ସହିତ ତାଙ୍କ ଠାରୁ ୧୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ହୋଇଥିବା ଧଳା ଜହର ମୂଲ୍ୟ ଆନୁମାନିକ ଭାବେ ଲକ୍ଷେ ଟଙ୍କା ହେବ ବୋଲି କୁହାଯାଉଛି। ଜାନକୀ କମିସନରେଟ ପୁଲିସ ରିଜର୍ଭ ବାରାକରେ ଦୀର୍ଘ ବର୍ଷ ହେବ ଅଛନ୍ତି ।

ପୁଲିସ କମିସନରଙ୍କ କହିବାନୁସାରେ, ଜାନକୀ ଜଣେ ଅଭ୍ୟାସଗତ ଅପରାଧୀ । ତାଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ୨୦୦୫ ମସିହାରେ କ୍ୟାପିଟାଲ ଥାନାରେ ଏକ ମାମଲା ଜାନକୀଙ୍କ ନାମରେ ରହିଛ। ଯେଉଁଥିରେ ସେ ହତ୍ୟା ପାଇଁ ଅପହରଣ କରି ଗିରଫ ହୋଇଥିଲେ ।

ଫୋଟୋ - http://v.duta.us/bOKUfAAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/gtprLQAA

📲 Get Odisha News on Whatsapp 💬