ନାବାଳିକା ସହ ଶାରୀରିକ ସଂପର୍କ ଅଭିଯୋଗ : ଥାନାରୁ ଫେରି ଯୁବକଙ୍କ ଆତ୍ମହତ୍ୟା
ବୁଗୁଡ଼ା : ନାବାଳିକା ସହ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗରେ ପ୍ରଥମେ ବାଡ଼େଇଲେ, ପରେ ରାତି ଅଧରେ ଘରେ ପଶି ଥାନାକୁ ଧରି ନେଲେ ଏବଂ ନାବାଳିକାକୁ ବାହା ହେବାକୁ ବାଧ୍ୟ କଲେ। ଏଭଳି ଅଭିଯୋଗରେ ଅପମାନିତ ହୋଇ ଏବଂ ଚାପରେ ଅତିଷ୍ଠ ହୋଇ ଶେଷରେ ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କଲେ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୂଲି ପଞ୍ଚାୟତ କୁମୁଟିଘାଇ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ମୃତ ଯୁବକ ଜଣକ ହେଉଛନ୍ତି, ବିଶିକେଶନ ପ୍ରଧାନ ଓରଫ୍ ଲକି (୨୪)। ଆଜି ଭୋର୍ ୩ଟାରେ ଘର ବାରିପଟ ଆମ୍ବ ଗଛରୁ ଲକିଙ୍କ ଝୁଲନ୍ତା ଶବ ମିଳିଥିବାବେଳେ ଲକିଙ୍କ ପ୍ୟାଣ୍ଟ ପକେଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି। ଯେଉଁଥିରେ 'ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ। କିନ୍ତୁ ମୋତେ ମିଥ୍ୟା ମାମଲାରେ ଫସାଇଦିଆଯାଇଛି' ବୋଲି ଲେଖାଯାଇଛି। ବୁଗୁଡ଼ା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରିଛି।...
ଫୋଟୋ - http://v.duta.us/FlYwxQAA
ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/W5-DaAAA