'ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି': ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

  |   Jajpurnews

ଭୁବ‌ନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ତାତି ଦେଖାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଆଲୋଚନା ଦାବି କରିଥିଲେ ବିରୋଧୀଦଳ। ପ୍ରଶ୍ନକାଳ ବାତିଲ୍ କରି ତୁରନ୍ତ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉ ବୋଲି ଦାବି କରିଥିଲେ। ଏହାକୁ ନେଇ ପ୍ରବଳ ହୋହଲ୍ଲା ପରେ ଗୃହକୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ମୁଳତବୀ ରଖାଯାଇଥିଲା। ଏହାପରେ ବିଜେପି ପକ୍ଷରୁ ଅଣାଯାିଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ । ବେକରେ ଦଉଡି ଲାଗି, ଶ୍ୱାସରୁଦ୍ଧ ହୋଇ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି । ସେ ଆତ୍ମହତ୍ୟା କରିଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ପରେ ରୂପେଶ ଭଦ୍ରଙ୍କ ନାଁରେ ପ୍ରମାଣ ମିଳିବାରୁ ତାଙ୍କୁ ୩୦୬ ଦଫାରେ ଗିରଫ କରାଯାଇଛି । ଘଟଣା ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଗୃହରେ ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।...

ଫୋଟୋ - http://v.duta.us/NvAt_wAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/TU1SJgAA

📲 Get Jajpurnews on Whatsapp 💬