ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ କଂଗ୍ରେସର କକ୍ଷତ୍ୟାଗ

ଭୁବ‌ନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ମଧ୍ୟ ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ତାତି ଦେଖାଯାଇଛି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଦାବି କରିଥିଲେ ବିରୋଧୀଦଳ। ଏହାପରେ ମୁଲତବୀ ପ୍ରସ୍ତାବର ଉତ୍ତର ରଖିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାତ୍ର ଏଥିରେ ବିରୋଧୀ ଦଳ ସନ୍ତୁଷ୍ଟ ନ ହୋଇ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖି କହିଥିଲେ ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସ୍ମିତାରାଣୀଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ । ବେକରେ ଦଉଡି ଲାଗି, ଶ୍ୱାସରୁଦ୍ଧ ହୋଇ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି । ପରେ ରୂପେଶ ଭଦ୍ରଙ୍କ ନାଁରେ ପ୍ରମାଣ ମିଳିବାରୁ ତାଙ୍କୁ ୩୦୬ ଦଫାରେ ଗିରଫ କରାଯାଇଛି । ଘଟଣା ନେଇ ଅଧିକ ତଦନ୍ତ ଚାଲିଛି । ତେବେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇ ସିବିଆଇ କିମ୍ବା ଏସଟିଏଫ୍ ତଦନ୍ତ ଦାବି କରାଯାଇ କକ୍ଷତ୍ୟାଗ କରାଯାଇଥିଲା।...

ଫୋଟୋ - http://v.duta.us/RwutTgAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/UQjH3QAA

📲 Get Odisha News on Whatsapp 💬