ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ : ସାପ କାମୁଡ଼ା ସ୍ୱପ୍ନ ଦେଖି ଛାନିଆ

  |   Malkangirinews

ମାଲକାନଗିରି/କାଲିମେଳା : ଅନ୍ଧବିଶ୍ବାସ କବଳରେ ଗୋଟିଏ ଗାଁର ଶତାଧିକ ପରିବାର। କୁହାଯାଉଛି ‌େଯ ଗାଁର ଶତାଧିକ ଲୋକ ଦେଖୁଛନ୍ତି ସମାନ ସ୍ବପ୍ନ। ରାତିରେ ବିଷଧର ସାପ ଆସି କାମୁଡ଼ି ଦେଉଛି। ସକାଳୁ ଉଠିବା ବେଳକୁ ସେମାନେ ଅସୁସ୍ଥ ଅନୁଭବ କରୁଛନ୍ତି। ସ୍ବପ୍ନ ଦେଖୁଥିବା ଲୋକଙ୍କୁ ବିଷ ଜନିତ ଯନ୍ତ୍ରଣା ବି ହେଉଛି। ଶତାଧିକ ଲୋକଙ୍କ ସହ ଏମିତି ହୋଇ ସାରିଲାଣି। ଏପରିକି ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହାକୁ ଲୋକେ ସତ ଘଟଣା ବୋଲି କହିବା ଆରମ୍ଭ କରିଛନ୍ତି। ସାପଙ୍କ ଦେବୀ ମନସା ଦେବୀଙ୍କ କୋପରେ ଏମିତି ହେଉଥିବା ଲୋକେ ବିଶ୍ବାସ କରୁଛନ୍ତି। ଏଥିପାଇଁ ଗାଁରେ ପୂଜାର୍ଚ୍ଚନା ସହ ଲୋକେ ମନସା ଦେବୀଙ୍କ ନିକଟରେ ଅଧିଆ ପଡ଼ିଛନ୍ତି।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏଭଳି ଅଭାବନୀୟ ଘଟଣା ପୁଣି ନୂଆ ଚର୍ଚ୍ଚା। ଆଦିବାସୀ ବହୁଳ ଏହି ଜିଲ୍ଲାରେ ସଦ୍ୟତମ ଘଟଣା ଡାକ୍ତରୀ ଚିକିତ୍ସା ଓ ବିଜ୍ଞାନ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି। କାରଣ ଏମିତି ଘଟଣା ପୂର୍ବରୁ କେବେ କିଏ ଦେଖିଥିଲା ନା ଶୁଣିଥିଲା।...

ଫୋଟୋ - http://v.duta.us/Cj4SkwAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/sfnpLwAA

📲 Get Malkangirinews on Whatsapp 💬