ଏସ୍‌ସିବି ମେଡିକାଲ କଲେଜକୁ ସ୍ୱୟଂଶାସିତ ମାନ୍ୟତା ଦାବି : ଛାତ୍ରଛାତ୍ରୀଙ୍କ ଧାରଣା, କଳାବ୍ୟାଜ୍ ପିନ୍ଧି କାମ କଲେ କନିଷ୍ଠ ଡାକ୍ତର

  |   Cuttacknews

କଟକ : ଏସ୍‌ସିବି ମେଡିକାଲ କଲେଜକୁ ତୁରନ୍ତ ସ୍ବୟଂ ଶାସିତ ମାନ୍ୟତା ଦିଆଯାଉ। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଖୋଲାଯାଉ। ଏଭଳି ଦାବି ନେଇ ଆଜିଠାରୁ ଏସ୍‌ସିବି ମେଡିକାଲ ଛାତ୍ର ସଂସଦ ପକ୍ଷରୁ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧା‌ରଣା ଦେଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର ସଂସଦ ସଭାପତି ଡାକ୍ତର ଦୀପକ କୁମାର ସାମଲ ସୂଚନା ଦେଇଛନ୍ତି। ଅନ୍ୟପଟେ ଛାତ୍ରସଂସଦ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛି ପିଜି(କନିଷ୍ଠ ଡାକ୍ତର) ସଂଘ। କନିଷ୍ଠ ଡାକ୍ତରମାନେ ଆଜିଠାରୁ କଳା ବ୍ୟାଜ୍ ପିନ୍ଧି କାମ କରୁଛନ୍ତି। ସରକାରଙ୍କୁ ୪୮ଘଣ୍ଟାର ମହଲତ ଦେବା ସହ ଏହି ସମୟ ଭିତରେ ସରକାର ନିଷ୍ପତ୍ତି ଗ୍ରହଣ ନକଲେ ଆଗାମୀ ଦିନରେ ଚରମ ନିଷ୍ପତ୍ତି ନିଆଯିବ ବୋଲି ସଂଘ ସଭାପତି ଡାକ୍ତର ଆଶିଷ କୁମାର ମିଶ୍ର ଚେତାବନୀ ଦେଇଛନ୍ତି। ଏପରିକି କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ମଧ୍ୟ କନିଷ୍ଠ ଡାକ୍ତର ସଂଘ ପରୋକ୍ଷରେ ଚେତାବନୀ ଦେଇଥିବା ସୂଚନା ମିଳିଛି।...

ଫୋଟୋ - http://v.duta.us/8xUtTAAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/h_ECQQAA

📲 Get Cuttacknews on Whatsapp 💬