ଗାନ୍ଧୀଜୀଙ୍କ ମୃତ୍ୟୁ ନେଇ ଗଣଶିକ୍ଷା ବିଭାଗ ପୁସ୍ତିକାରେ ଥିବା ଭ୍ରମାତ୍ମକ ତଥ୍ୟ ନେଇ ରୁଲିଂ ଦେଲେ ବାଚସ୍ପତି: ଆସନ୍ତାକାଲି ଗୃହରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରସଙ୍ଗରେ ବିଧାନସଭା ସରଗରମ ହୋଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ପୁସ୍ତିକାରେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଭୁଲ ତଥ୍ୟ ପରିବେଷଣ ପ୍ରସଙ୍ଗକୁ ନେଇ ଆପତ୍ତି ଉଠିବା ପରେ ବାଚସ୍ପତି ରୁଲିଂ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ରୁଲିଂ ଜାରି କରିଛନ୍ତି ।

ଆଜି ପ୍ରଶ୍ନୋତ୍ତର କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତିକାରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ନେଇ ଉପସ୍ଥାପିତ ହୋଇଥିବା ଭ୍ରମାତ୍ମକ ତଥ୍ୟ ପ୍ରସଙ୍ଗ ଉଠାଇଥିଲେ । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ସରକାର ଛାପିଥିବା ପୁସ୍ତକରେ ଗାନ୍ଧୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣା ବୋଲି ଉଲ୍ଲେଖ ଥିବାରୁ ସରକାରଙ୍କ ଉପରେ ବର୍ଷିଥିଲେ ନରସିଂହ ମିଶ୍ର ।

ସେପଟେ ଶୂନ୍ୟକାଳରେ ଗାନ୍ଧୀଙ୍କ ହତ୍ୟା ନେଇ ଭ୍ରମାତ୍ମକ ତଥ୍ୟ ପରିବେଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ସେ କହିଛନ୍ତି, ଜାତିର ପିତାଙ୍କ ହତ୍ୟା ଘଟଣା ବେଶ ଗମ୍ଭୀର । ଏହା କ'ଣ ଏକ ଦୁର୍ଘଟଣା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ଇତିହାସକୁ ବିକୃତ କରିପାରେ। ୧୦୦ ବର୍ଷ ପରେ ଯଦି ଏହି ତଥ୍ୟ ଆଧାରରେ କୌଣସି ପତ୍ରପତ୍ରିିକା ପ୍ରକାଶ ପାଏ, ସେଥିରେ ଗାନ୍ଧୀଜୀଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ହିଁ ରହିବ । ତେଣୁ ସମେସ୍ତ ଏହାକୁ ନିନ୍ଦା କରିବା ଉଚିତ ବୋଲି ସୌମ୍ୟରଂଜନ କହିଛନ୍ତି ।...

ଫୋଟୋ - http://v.duta.us/blRkaQAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/Edw0bwAA

📲 Get Odisha News on Whatsapp 💬