ନୟାଗଡ଼ : ଅବହେଳିତ ଅବସ୍ଥାରେ ବିରୁଡ଼ା ଗ୍ରାମ ପଞ୍ଚାୟତର ବାଘେରା ଗ୍ରାମର ଧବଳେଶ୍ୱର ପାହାଡ଼ ଉପ‌ରେ ଥିବା ପ୍ରାଚୀନ ଶୈବ ପୀଠ

  |   Nayagarhnews

ନୟାଗଡ଼ : ଦେବାଦେବୀ ପୀଠ ତଥା ପ୍ରାକୃତିକ କୀର୍ତ୍ତିରାଜି ପାଇଁ ନୟାଗଡ଼ ଜିଲ୍ଲାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏଠାକୁ ରାଜ୍ୟର କୋଣଅନୁକୋଣରୁ ପର୍ଯ୍ୟଟକମା‌ନେ ମନଲୋଭା ଦୃଶ୍ୟ ଦେଖିବାକୁ ଧାଇଁ ଆସିଥାନ୍ତି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ବ୍ଲକ୍‌ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତର ବାଘେରା ଗ୍ରାମର ଧବଳେଶ୍ୱର ପାହାଡ଼ (ମୁଣ୍ଡିଆ ପାହାଡ଼) ଉପ‌ରେ ଶହ ଶହ ଫୁଟ୍ ଉପରେ ପ୍ରାଚୀନ ଶୈବ ପୀଠ ଧବଳେଶ୍ୱର ଅବହେଳିତ ଅବସ୍ଥାରେ ରହିଛି। ଜିଲ୍ଲା ସଦର ମହକୁମାଠାରୁ ମାତ୍ର ଦଶ, ବାର କିଲୋମିଟର ଦୂରତାରେ ଥିବା ଏକ ଐତିହ୍ୟସଂପନ୍ନ ପ୍ରାଚୀନ ମନ୍ଦିର ପ୍ରତି ସଭିଏଁ ଆଖିବୁଜି ଦେଇଛନ୍ତି।

ମନ୍ଦିରର ବଡ଼ପଣ୍ଡା ମାଗୁଣି ପଣ୍ଡା, ପରିଚାଳନା କମିଟି ସଦସ୍ୟ ପ୍ରଭାତ କୁମାର ମହାପାତ୍ରଙ୍କ କହିବା ମୁତାବକ, ଏହି ସୁପ୍ରାଚୀନ ମନ୍ଦିର ଜଣେ ବାବାଜିଙ୍କୁ ସ୍ୱପ୍ନାଦେଶ ପରେ ନୟାଗଡ଼ ରାଜା ନାରାୟଣ ପ୍ରସାଦ ସିଂହ ମାନ୍ଧାତାଙ୍କ ବାପା ନିର୍ମାଣ କରାଇଥିଲେ। ବଡ଼ପଣ୍ଡା କିଂବଦନ୍ତିକୁ ଉଦ୍ଧ‌ାର କରି କହିଛନ୍ତି, ପାହାଡ଼ର ସନ୍ନ୍ୟାସୀଙ୍କୁ ସ୍ୱପ୍ନାଦେଶ ହେବା ପରେ ସେ ମାନସିକ ରଖିଥି‌ଲେ, ଯଦି ଏଠାରେ ଭଗବାନ ପ୍ରକୃତରେ ରହୁଛନ୍ତି, ରାତି ପାହିଲା ବେଳକୁ ସମଗ୍ର ପାହାଡ଼ ଧଳା ରଙ୍ଗର ହୋଇଯାଉ ଏବଂ ‌ କେବଳ ଶୈବ ପୀଠଟି କଳା ରଙ୍ଗର ରହିଥାଉ। ଏ ନେଇ ରାଜାଙ୍କୁ ମଧ୍ୟ ଅବଗତ କରଯାଇଥିଲା। ବାସ୍ତବରେ ରାତି ପାହିଲା ବେଳକୁ ପାହଡ଼ଟି ସଂପୂର୍ଣ୍ଣ ଧଳା‌ ‌ହୋଇଯାଇଥିବା ଲୋକମୁଖରୁ ‌ଶୁଣାଯାଏ। ମାତ୍ର ଏହି ମନ୍ଦିର ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଅନେକ ଥର ରାଜ୍ୟ ଦେବୋତ୍ତର ବିଭାଗକୁ ଜଣାଯାଇଥିଲେ ମଧ୍ୟ କେହି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ମନ୍ଦିର ପୂଜକମାନେ କହିଛନ୍ତି।...

ଫୋଟୋ - http://v.duta.us/2TScOwAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/HQFJJQAA

📲 Get Nayagarhnews on Whatsapp 💬