ବନ୍ଦ ଘର ଭିତରେ ଗଳିତ ଶବ! ଦୁର୍ଗନ୍ଧରେ ଫାଟିପଡ଼ୁଛି ଅଂଚଳ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଆଜି ଭଙ୍ଗା ହେବ କବାଟ

ସମ୍ବଲପୁର : ସମ୍ବଲପୁର ସହର ମୁଦିପଡ଼ା ପାଣିଟାଙ୍କି ପଡ଼ାର ଏକ ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ। ଏହି ଭଡ଼ା ଘରେ ତାଲା ଝୁଲୁଥିବାବେଳେ ଭିତରୁ ଏଭଳି ଉତ୍କଟ ଗନ୍ଧ ବାହାରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘରେ ରହୁଥିବା ଲୋକଙ୍କୁ ୨ ଦିନ ହେବ ଆଖପାଖ ଲୋକେ ଦେଖିନାହାନ୍ତି। ଏଭଳି ସ୍ଥିତିରେ ଘର ଭିତରେ କିଛି ଅଘଟଣ ଘଟିବା ପରେ ତାଲା ପକାଇ କେହି ଚାଲିଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଘର ଭିତରେ ଶବ ପଚି ଦୁର୍ଗନ୍ଧ ବାହାରୁଥିବା ସୂଚନା ପାଇ ସନ୍ଧ୍ୟାରେ ଟାଉନ୍‌ ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇଥିଲା। ଘର ସମ୍ମୁଖରେ ଝୁଲୁଥିବା ପରଦା ଟେକି ଦେବା ମାତ୍ରେ ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡ଼ିଥିଲା । ଘର ମାଲିକ ସେଠାରେ ରହୁ ନ ଥିବାରୁ ତାଙ୍କୁ ପୁଲିସ ଖବର ଦେଇଛି। ଶୁକ୍ରବାର ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍‌ ଟିମ୍‌ର ଉପସ୍ଥିତିରେ ଘରର ତାଲା ଭଙ୍ଗାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ ସ୍ଥାନୀୟ ଲୋକଙ୍କୁ କହିଛି।...

ଫୋଟୋ - http://v.duta.us/qsRZ1AAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/n8KYgwAA

📲 Get Odisha News on Whatsapp 💬