ଭୁବନେଶ୍ବର ଜିଲ୍ଲା ସଭାପତିଙ୍କୁ ସାଂଘାତିକ ଅଭିଯୋଗ, ସାଂସଦ ଅପରାଜିତାଙ୍କ ପ୍ରତିନିଧି ତାଙ୍କୁ ଆକ୍ରମଣ କରିଛନ୍ତି

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ସାଂସଦ ବନାମ ଭୁବନେଶ୍ୱର ଜିଲ୍ଲା ସଭାପତି। ରାଜନୈତିକ ବିଦ୍ରୋହ ଓ ବିରୋଧାଭାସ ଆଜି ସାଂଘାତିକ ରୂପ ଗ୍ରହଣ କରିଛି। ଯେତେବେଳେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଂଟିଆ ଦଳୀୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୁଦ୍ଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି, ସାଂସଦଙ୍କ ପ୍ରତିନିଧି ଦେବାଶିଷ ନାୟକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି।

ଭୁବନେଶ୍ୱର ଏକାମ୍ର ହାଟ ନିକଟରେ ଥିବା ଏକ କାର୍ଯ୍ୟାଳୟରେ ହରେକୃଷ୍ଣ ଖୁଂଟିଆ ବସିଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କିଛି ଦୁବୃର୍ତ୍ତ ମୁହଁରେ କଳାପଟି ବାନ୍ଧି ହରେକୃଷ୍ଣଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କ କହିବା ଅନୁସାରେ, ସୁଚିନ୍ତିତ ଭାବେ ମତେ ଟାର୍ଗେଟ କରି ମୁହଁରେ କଳାପଟି ବାନ୍ଧି ଅସିଥିଲେ। ଆକ୍ରମଣରେ ଗୋଡରେ ଆଘାତ ଲାଗିବା କଥା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ହରେକୃଷ୍ଣ।

ଭୁବନେଶ୍ୱର ସାଂସଦଙ୍କ ଆଡକୁ ସ୍ପଷ୍ଟ ଭାବେ ଇଙ୍ଗିତ କରି ଅନେକ ପ୍ରଶ୍ନ ଉଠାଇଛନ୍ତି ଆକ୍ରମଣର ଶୀକାର ହୋଇଥିବା ହରେକୃଷ୍ଣ ଖୁଂଟିଆ। ଗଣମାଧ୍ୟମ ସାମ୍ନାରେ ସଫା ସଫା ନାଁ ନେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀଙ୍କର। ସ୍ଥାନୀୟ ସାଂସଦ ଓ ଜିଲ୍ଲା ସଭାପତିଙ୍କ ମଧ୍ୟରେ ଏହି ବିବାଦ ବିଜେପି ଦଳ ଭିତରେ ଚାଲିଥିବା ଅଭ୍ୟନ୍ତରୀଣ କନ୍ଦଳକୁ ସାମ୍ନାକୁ ଆଣୁଛି।...

ଫୋଟୋ - http://v.duta.us/QHWy7gAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/PTrg3AAA

📲 Get Odisha News on Whatsapp 💬