ଯାଜପୁର ଉଠାଜଳଚେସନ ଡିଭିଜନରେ ଦୁର୍ନୀତି : ତଦନ୍ତ ପରେ କାଗଜପତ୍ର ଜବତ

  |   Jajpurnews

ଯାଜପୁର : ଯାଜପୁର ଉଠା ଜଳସେଚନ ଡିଭିଜନରେ ବ୍ୟାପକ ଦୁର୍ନୀତି ସଂପର୍କରେ 'ସମ୍ବାଦ'ରେ ଖବର ପ୍ରକାଶ ପାଇବା ପରେ ଲୋକାୟୁକ୍ତ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଥିଲେ। ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍ ଜାରି କରିଥିଲେ। ଆଜି ଅଧୀକ୍ଷଣ ଯନ୍ତ୍ରୀ ଘଟଣାର ତଦନ୍ତ କରିବା ସହିତ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅଧୀକ୍ଷଣ ଯନ୍ତ୍ରୀ ମାନସରଂଜନ ପଟ୍ଟନାୟକଙ୍କ ସହିତ ଡେପୁଟି ଚିଫ୍ ଆକାଉଣ୍ଟସ ଅଫିସର ଅଜୟକୁମାର ନାୟକ ଅରଖପୁର ପଞ୍ଚାୟତର ଅରଖପୁର ଘାଟ, ଚାରି ନମ୍ବର, ପାଞ୍ଚ ନମ୍ବର ଏବଂ ନଅ ନମ୍ବର ପ୍ରକଳ୍ପ ବୁଲି ଦେଖିବା ସହିତ କାର୍ଯ୍ୟାଳୟକୁ ଆସି କେତେକ କାଗଜପତ୍ର ତନଖି କରିଥିଲେ। ଡିପିଆର, କାର୍ଯ୍ୟାଦେଶ ଏବଂ ଅନ୍ୟ କେତେକ କାଗଜର ନକଲ ସାଙ୍ଗରେ ନେଇ ଯାଇଛନ୍ତି।

ତଦନ୍ତ ସଂପର୍କରେ ନିର୍ବାହୀ ଯନ୍ତ୍ରୀ ଶିବରାମ ପଣ୍ଡା କହିଛନ୍ତି ଯେ, ତଦନ୍ତକାରୀ ଟିମ୍‌ ଅଫିସ ଆସି ଡିପିଆର, ୱାର୍କିଂ ଏଷ୍ଟିମେଟ, ବିଲ ରେଜିଷ୍ଟର, ୱାର୍କ ଅର୍ଡର, ସାଇଟର ଫଟୋ କପି ଆଦି ନେଇ ଫେରି ଯାଇଛନ୍ତି ।...

ଫୋଟୋ - http://v.duta.us/auDcmgAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/gIK8GQAA

📲 Get Jajpurnews on Whatsapp 💬