ଶାଳ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

  |   Kandhmalnews

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଡିଏଭି ନିକଟ ଏକ ଶାଳ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ନିଲୁଙ୍ଗିଆ ଗ୍ରାମର ସଞ୍ଜୟ ନାୟକ(୩୦)। ସଞ୍ଜୟ ନିଜ ମାମୁଁ ଘର କଳିଙ୍ଗା ଡିଏଭି ତିଲାପାଙ୍ଗାରେ ରହୁଥିଲେ। ସେ ଘରେ ଥିବା ବେଳେ ଗୁରୁବାର ସକାଳ ଦଶଟା ସମୟରେ କିଛି ଫାଇନାନ୍‌ସ କମ୍ପାନିର ଲୋକ ଆସ ଘରୁ ଡାକି ନେଇଥିବା ତାଙ୍କ ମା' ରିନା ନାୟକ ଏକ ଲିଖିତ ମାମଲା ଥାନାରେ ଦେଇଛନ୍ତି।

ଘରୁ ଯିବା ପରେ ସଞ୍ଜୟ ଫେରି ନଥିଲେ। ଆଜି ସକାଳୁ ଏକ ଶାଳ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ସଞ୍ଜୟ ବିବାହିତ। ତାଙ୍କର ଗୋଟେ ତିନି ବର୍ଷର ଝିଅଟିଏ ଅଛି। ସେ ଏକ ଅଟୋ ଆଣି ଚଳାଉଥିଲେ। ବ୍ୟବସାୟ ନ ହେବାରୁ ତାକୁ ଲିଜରେ ଦେଇ ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିଥିଲେ। ଗତ କିଛି ଦିନ ହେଲା ଗାଁକୁ ଫେରିଥିଲେ।...

ଫୋଟୋ - http://v.duta.us/cTUqHAAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/X2JGLAAA

📲 Get Kandhmalnews on Whatsapp 💬