ସାମୁଦ୍ରିକ ଝଡ଼ 'ଫନି'ର ୬ ମାସ ପରେ ବି ପୁରୀ ଜିଲ୍ଲାରେ ଏବେ ବି ଶିକ୍ଷା ଭିତ୍ତିଭୂମି ଅସଜଡ଼ା

  |   Purinews

ପୁରୀ : ସାମୁଦ୍ରିକ ଝଡ଼ 'ଫନି'କୁ ୬ ମାସ ପୁରିଲାଣି। ବିପନ୍ନମାନେ 'ଫନି' ସହାୟତା ନେଇ ଘର ତୋଳିଲେଣି। ମାତ୍ର 'ଫନି' ବାତ୍ୟା ଉଜାଡ଼ି ଦେଇଥିବା ଶିକ୍ଷା ଭିତ୍ତିଭୂମି ଏବେ ବି ଅସଜଡ଼ା ରହିଛି। ଆଂଶିକ ଭାଙ୍ଗିଥିବା କେତେକ ସ୍କୁଲର ମରାମତି କରାଯାଇଛି। ମାତ୍ର ଏବେ ପ୍ରତି ପଞ୍ଚାୟତରେ 'ଫନି' ପରେ ସ୍କୁଲ ମରାମତି ନାମରେ ଅର୍ଥ ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ଉଠୁଛି। ଛାତ‌ ଉପରେ କିଏ ଗ୍ରିଡିଂ କରି ଟଙ୍କା ନେଇ ସାରିଲାଣି ତ କିଏ କାନ୍ଥରେ ରଙ୍ଗ ମାରି ବିଲ୍ ନେଇଛି। ବିଡିଓମାନଙ୍କୁ ମରାମତି କାମ ହସ୍ତାନ୍ତର କରାଯାଇଥିଲା। ବିଡିଓମାନେ ଏହାକୁ ପଞ୍ଚାୟତ ଦ୍ବାରା କରାଇଥିଲେ। ଆଦୌ ଭାଙ୍ଗି ନଥିବା ସ୍କୁଲ ପାଇଁ ଟଙ୍କା ଦିଆଯାଇଛି। ଅନ୍ୟପକ୍ଷରେ ଅସୁରକ୍ଷିତ ଅବସ୍ଥାରେ ପଡିଥିବା ସ୍କୁଲ ଘରର ଆବର୍ଜନାକୁ ଏ ଯାଏ ଅପସାରଣ କରାଯାଇନାହିଁ। ସଂପୂର୍ଣ୍ଣ ଧ୍ବଂସ ହୋଇଥିବା ସ୍କୁଲ ଗୁଡିକର ନିର୍ମାଣ କରାଯାଇନାହିଁ। ଅଧିକ‌ାଂଶ ସ୍କୁଲ ଏବେ ବି ଅସ୍ଥାୟୀ ଭାବେ ଚାଲିଛି।...

ଫୋଟୋ - http://v.duta.us/MyTkQQAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/gS7NLAAA

📲 Get Purinews on Whatsapp 💬