ସାଲେପୁର ଫନି କେଳେଙ୍କାରୀ : ତଦନ୍ତ ପାଇଁ ଯାଇ ଅଧିକାରୀ ହଟହଟା, ସହାୟତା ପାଇଁ ଲୋକଙ୍କ ଜିଦ୍‌

  |   Cuttacknews

କଟକ : ସାଲେପୁର ବ୍ଲକ୍‌ର କଟରପା ପଞ୍ଚାୟତରେ 'ଫନି ସହାୟତା ପ୍ରଦାନରେ ହୋଇଥିବା କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ଯାଇ ଦୁଇ ଅଧିକାରୀ ହଟହଟା ହୋଇ ଫେରିଛନ୍ତି। ଗୋଟିଏ ଦୁଇଟି ଘର ବୁଲି ତଦନ୍ତ ଆରମ୍ଭ କରିବା ମାତ୍ରେ ସେଠାରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଲୋକଙ୍କ କହିବା କଥା ହେଲା ସେମାନେ ସମସ୍ତେ 'ଫନିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସହାୟତା ପାଇ ନାହାନ୍ତି। ତେଣୁ ସମସ୍ତଙ୍କୁ ସହାୟତା ମିଳୁ। ଏପଟେ ଅଧିକାରୀମାନେ କହିଛନ୍ତି ଯେ କେବଳ ଅଭିଯୋଗ ଅନୁସାରେ ସେମାନେ ତଦନ୍ତ କରିବେ। ଯେଉଁମାନେ କ୍ଷତିଗ୍ରସ୍ତ ନହୋଇ 'ଫନି ଟଙ୍କା ହାତେଇଛନ୍ତି ସେମାନଙ୍କର ତଦନ୍ତ ହେବ। କିନ୍ତୁ ଏକଥାକୁ ନ ବୁଝି ଗ୍ରାମବାସୀ ପ୍ରତିବାଦ କରିଥିଲେ। ଏପରିକି ଅଧିକାରୀଙ୍କ ଗାଡି ସମ୍ମୁଖରେ ଜଣେ ବୃଦ୍ଧା ବସି ରହିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ଦୁଇ ଅଧିକା‌ରୀଙ୍କୁ ଫାଣ୍ଡିକୁ ନେଇ ଆସିଥିଲେ। ଏଭଳି ସ୍ଥିତିରେ ‌ଅଧା ତଦନ୍ତ କରି ଫେରି ଯାଇଥିଲେ ଦୁଇ ଅଧିକାରୀ।...

ଫୋଟୋ - http://v.duta.us/mp94rwAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/zsYNHAAA

📲 Get Cuttacknews on Whatsapp 💬