୨୦ ତାରିଖ ଯାଏ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

  |   Cuttacknews

କଟକ : ତୃତୀୟ ଦିନରେ ପହଞ୍ଚିଛି କଟକର ଐତିହାସିକ ବାଲିଯାତ୍ରା। ଦିନକୁ ଦିନ ଭିଡ ବଢିବା ସହ ବେପାର ବି ଜମୁଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅର୍ଥାତ ଦ୍ବିତୀୟ ଦିନରେ କେବଳ ଓରମାସ ପରିସରରେ ୫୯ ଲକ୍ଷ ୯୪ ହଜାର ୨୩୦ ଟଙ୍କାର କିଣାବିକା ହୋଇଛି। ପ୍ରଥମ ଦିନ ଏହି ପରିମାଣ ଥିଲା ୧୫ ଲକ୍ଷ ୫୨ ହଜାର ୩୫୦ ଟଙ୍କା। ଆଜି ତୃତୀୟ ଦିନର ହିସାବ ଆସନ୍ତାକାଲି ମିଳିବାକୁ ଥିବା ବେଳେ ଏହି ପରିମାଣ ବଢିଥିବା ଆୟୋଜକ ସୂଚନା ଦେଇଛନ୍ତି। ତଳ ପଡିଆର କେବଳ ଓରମାସ ଭିତରେ ଏଭଳି ବେପାର ହୋଇଥିବା ବେଳେ ପୂରା ପଡିଆରେ ‌ବ୍ୟବସାୟ ପରିମାଣ ଅଢେଇ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଅନ୍ୟପଟେ ବାଲିଯାତ୍ରା ଆସନ୍ତା ୨୦ ତାରିଖ, ବୁଧବାର ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନୀ ଉତ୍ସବରେ ଦୁଇ ଦିନ ବାଲିଯାତ୍ରା ବଢାଇବାକୁ ପରାମର୍ଶ ଦେଇଥିବା ବେଳେ ବିଭିନ୍ନ ଦିଗକୁ ତର୍ଜମା କରି ଜିଲ୍ଲା ପ୍ରଶାସନ ଆଜି ଏଭଳି ଘୋଷଣା କରିଛି।...

ଫୋଟୋ - http://v.duta.us/hrtlWQAA

ରେଡ କଂପ୍ଲେଟ ନେବତ୍ସ ହେରେ - - http://v.duta.us/1qiuEgAA

📲 Get Cuttacknews on Whatsapp 💬