[anugul-dhenkanal] - ଦିବ୍ୟାଙ୍ଗଙ୍କ ପ୍ରେରଣା ପ୍ରଫୁଲ୍ଲ ସାର୍‌: ସଙ୍ଗୀତ ଭରିଛି ଜୀବନରେ ସରସତା

  |   Anugul-Dhenkanalnews

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନେ ଶାରୀରିକ ଅକ୍ଷମତା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରଫୁଲ୍ଲ ସାର୍‌। ଦୀର୍ଘ ୪୦ବର୍ଷର ସଙ୍ଗୀତ ସାଧନା ଭିତରେ ସେ ସାମ୍ନା କରିଛନ୍ତି ଅନେକ ସଂଘର୍ଷ। ଶିଖିଛନ୍ତି ପ୍ରତିକୂଳ ପରିସ୍ଥିତିରେ ବଞ୍ଚତ୍ବାର କୌଶଳ, ଯାହା ତାଙ୍କୁ ଦେଇଛି ପରିଚିତି।ପ୍ରଫୁଲ୍ଲଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ପାଳିମି ଗ୍ରାମରେ। ମା’ ମାଳତୀ ଏବଂ ବାପା ଚକ୍ରଧରଙ୍କ ୪ ପୁଅ ୩ ଝିଅ ମଧ୍ୟରେ ସେ ହେଉଛନ୍ତି ତୃତୀୟ। ମାତ୍ର ୨ବର୍ଷ ବୟସରେ ଶାରୀରିକ ବ୍ୟାଧି ତାଙ୍କ ଆଖିର ଜ୍ୟୋତି ଛଡ଼ାଇନେଲା। ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇ ବସିଲେ। ଖେଳି ବୁଲିବା ବୟସରେ ବୋଝ ହୋଇଗଲା ଜୀବନ। ଅନେକ କଷ୍ଟ, ଯନ୍ତ୍ରଣା, ସଂଘର୍ଷ ଭିତରେ ବିତିଗଲା ଶୈଶବ। ୨୦ ବର୍ଷ ବୟସରେ କିଛି କରିବା ଆଶା ତାଙ୍କୁ ଟାଣି ଆଣିଲା କଟକ। ସେଠାରେ କଲ୍ୟାଣୀ ଦୃଷ୍ଟିହୀନ ସ୍କୁଲରେ ନାମ ଲେଖାଇଲେ। ତା’ ସହିତ କଳା ବିକାଶ କେନ୍ଦ୍ରରେ ଆରମ୍ଭ ହେଲା ସଙ୍ଗୀତ ଶିକ୍ଷା। ତେବେ ପ୍ରତିକୂଳ ପରିସ୍ଥିତିରେ ମାତ୍ର ୪ର୍ଥ ଶ୍ରେଣୀରେ ପାଠପଢ଼ାରେ ଲାଗିଲା ଡୋରି। ହେଲେ ସଙ୍ଗୀତ ଶିକ୍ଷାରୁ ମୁହଁ ଫେରାଇ ପାରିଲେନି। ଗୁରୁ ଅଖିଳ କୁମାର ଲେଙ୍କା, ନିରୋଜ ନଳିନୀ କୁମାର, ବାଳକୃଷ୍ଣ ଦାସଙ୍କଠାରୁ ସେ ଶିଖିଲେ ଓଡ଼ିଶୀ ସଙ୍ଗୀତର ଅ..ଆ..। ପରେ ଗୁରୁ ମହମ୍ମଦ ହମିଦ୍‌ ଅହେଜଙ୍କଠାରୁ ବେହେଲାରେ ହାସଲ କଲେ ପାରଦର୍ଶିତା।ନିଜର ଜୀବନ ସଂଘର୍ଷ ସମ୍ପର୍କରେ ଗୁରୁ ପ୍ରଫୁଲ୍ଲ କୁହନ୍ତି, ୧୯୮୨ରେ କଟକ ଆକାଶବାଣୀ କେନ୍ଦ୍ରରେ ‘ଯୁବବାଣୀ’ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ତାଙ୍କୁ ଗୀତ ଗାଇବାର ସୁଯୋଗ ମିଳିଲା। ୧୯୮୬ରେ ସେଠାରୁ ହିଁ ତାଙ୍କୁ ମିଳିଥିଲା ‘ବି’ ଗ୍ରେଡ଼ କଣ୍ଠଶିଳ୍ପୀ ମାନ୍ୟତା। ତେବେ ୧୯୮୩ରୁ ସେ କଟକରେ ସଂଗୀତ ଶିକ୍ଷାଦାନରେ ମନୋନିବେଶ କରିସାରିଥିଲେ। ଜନ୍ମସ୍ଥାନ କେନ୍ଦ୍ରାପଡ଼ା ହୋଇଥିଲେ ମଧ୍ୟ ଦୀର୍ଘଦିନ ହେଲା ଢେଙ୍କାନାଳ ପାଲଟିଯାଇଛି ତାଙ୍କର ସ୍ଥାୟୀ ଠିକଣା, କହିବାକୁ ଗଲେ ସଙ୍ଗୀତ ସାଧନାର ତୀର୍ଥସ୍ଥଳୀ। ଢେଙ୍କାନାଳକୁ ବାଦ୍‌ ଦେଲେ ଅନୁଗୋଳ, ଆଠଗଡ଼, ଯାଜପୁର, ଏରସମା, କଲିକତା ଯାଇ ସେ ସଙ୍ଗୀତ ଶିକ୍ଷା ଦେଇଛନ୍ତି। ଅସୀମା ପଣ୍ଡା, ଶକ୍ତି ମିଶ୍ରଙ୍କ ସମେତ ଆହୁରି ଅନେକ କଣ୍ଠ ଶିଳ୍ପୀ ତାଙ୍କ ପାଖରୁ ଶିକ୍ଷା ଲାଭ କରିଛନ୍ତି। ସଙ୍ଗୀତ ଶିକ୍ଷା ପାଇଁ ଯିବା ବେଳେ ଗୋରୁ ଆକ୍ରମଣର ଶିକାର ହେବାକୁ ପଡ଼ିଛି ତ, ଆଉ କେବେ ଡ୍ରେନ୍‌ରେୁ ଖସିପଡ଼ି କ୍ଷତାକ୍ତ ହୋଇଛନ୍ତି। ସଙ୍ଗୀତ ହିଁ ତାଙ୍କ ଜୀବନକୁ ନର୍କରୁ ନିର୍ମାଲ୍ୟ କରିଛି। ଭରିଦେଇଛି ସରସତା। ସ୍ତ୍ରୀ ଲାବଣ୍ୟବତୀ, ପୁଅ ସୁଦୀପ ଏବଂ ଝିଅ ବାଗେଶ୍ୱରୀଙ୍କୁ ନେଇ ଏବେ ସଂସାର ରଥ ବେଶ ହସଖୁସିରେ ଗଡ଼ି ଚାଲିଛି। ସୁଦୀପ ଜଣେ ପ୍ରତିଷ୍ଠିତ କି ବୋର୍ଡ ବାଦକ। ଆଗାମୀ ଦିନରେ ସଙ୍ଗୀତ ବିଦ୍ୟାଳୟ ପ୍ରତିଷ୍ଠା କରି ସଙ୍ଗୀତ ସାଧନା ଜାରି ରଖିବେ ବୋଲି ସେ କୁହନ୍ତି।

ଫୋଟୋ - http://v.duta.us/1o3dwwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/2nnmiAAA

📲 Get Anugul-dhenkanal News on Whatsapp 💬