[anugul-dhenkanal] - ଫସଲବୀମା ଦାବିରେ ରାସ୍ତାରୋକୋ

  |   Anugul-Dhenkanalnews

ପବିତ୍ରନଗର, ୧୫ା୨(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ବୁରୁକୁନା ପଞ୍ଚାୟତର କୃଷକ କ୍ରିୟାନୁଷ୍ଠାନ କମିଟି ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନ ଦାବିରେ ଗୁରୁବାର ରାସ୍ତାରୋକୋ ଆନ୍ଦୋଳନ କରିଥିଲା। କମିଟି ପକ୍ଷରୁ ସକାଳ ୬ଟାରୁ ବୁରୁକୁନାଠାରେ ୧୪୯ ନଂ ଜାତୀୟ ରାଜପଥ ଓ ତାଳଚେର-ପାଲଲହଡ଼ା ଏମ୍‌ଡିଆର୍‌ ରାସ୍ତାକୁ ପବିତ୍ରନଗର ଛକଠାରେ ଅବରୋଧ କରାଯାଇଥିଲା। ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ, ୨୦୧୭-୧୮ରେ ଫସଲବୀମା ଜନିତ କ୍ଷତିପୂରଣ ପ୍ରଦାନ ନିମନ୍ତେ ବୁରୁକୁନା ଗ୍ରାମର ବୀମାଭୁକ୍ତ ଚାଷୀ ଦାବି କରିଆସୁଛନ୍ତି। ବହୁବାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସତ୍ତ୍ୱେ କେବଳ ପ୍ରତିଶ୍ରୁତି ମିଳୁ ଥିବାରୁ ଅସନ୍ତୁଷ୍ଟ ଚାଷୀ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ପରେ ପ୍ରଶାସନ ଓ କୃଷି ବିଭାଗ ଅଧିକାରୀମାନେ ସେମାନଙ୍କ ସହ ଆଲୋଚନା କରିବା ସହ ୧୫ ଦିନ ମଧ୍ୟରେ ୨୦୧୭ ଖରିଫ୍‌ ଋତୁର ବୀମାରାଶି ପ୍ରଦାନ ନିମନ୍ତେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ସମ୍ପୃକ୍ତ ଗ୍ରାମ୍ୟ କୃଷି କର୍ମଚାରୀଙ୍କୁ ନିଲମ୍ବନ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ରାସ୍ତାରୋକୋ ହଟିଥିଲା। ଏହି ଆଲୋଚନାରେ ତାଳଚେର ସହକାରୀ ଜିଲାପାଳ ସଞ୍ଜୟ କୁମାର ବେହେରା, ତାଳେଚର ଏସ୍‌ଡିପିଓ ହେମନ୍ତ କୁମାର ପଣ୍ଡା, ତାଳଚେର ଜିଲା କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଶତପଥୀ, ସମଲ ଥାନା ଅଧିକାରୀ ସୁନୀଲ କର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆନ୍ଦୋଳନରେ ଭାଜପା ନେତା ଅଶୋକ ମହାନ୍ତି, ବୁରୁକୁନା ସମିତି ସଭ୍ୟ ଜୁଲିରାଣୀ ପ୍ରଧାନ, କମିଟି ସଭାପତି ଜଗଜୀବନ ପ୍ରଧାନ, ଭାଜପା ମଣ୍ଡଳ ସଭାପତି ପ୍ରହ୍ଲାଦ ସାମଲ ପ୍ରମୁଖ ସାମିଲ ହୋଇଥିଲେ। ତେବେ ପ୍ରତିଶ୍ରୁତି ମୁତାବକ ଦାବି ପୂରଣ କରା ନ ଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

ଫୋଟୋ - http://v.duta.us/FfZ6VwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/PcHLjwAA

📲 Get Anugul-dhenkanal News on Whatsapp 💬