[anugul-dhenkanal] - ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

  |   Anugul-Dhenkanalnews

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ କୁସୁମଙ୍କୁ ପଡୋଶୀ ଲୋକ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

କୁସୁମଙ୍କ ସ୍ବାମୀ ପୁରୁଷୋତମ କହିଛନ୍ତି, ଗତ ଫେବୃୟାରୀ ୨୦୧୮ରେ ସେହି ଥାନା ପୁରୁଣାଗଡ ଗ୍ରାମର ଗୌର ଗଡ଼ନାୟକଙ୍କ ଝିଅ କୁସୁମଙ୍କୁ ସେ ବିବାହ କରିଥିଲେ। ବିବାହ ସମୟରେ ଆବଶ୍ୟକୀୟ ସାମଗ୍ରୀ ସହିତ ୮୦ହଜାର ଟଙ୍କା ଯୌତୁକ ବାବଦକୁ ଦିଆଯାଇଥିଲା। ଅଧିକ ୧ଲକ୍ଷ ଟଙ୍କା ଯୌତୁକ ଦାବି କରି କେଶବ ବୋହୂ କୁସୁମଙ୍କୁ ଗାଳିଗୁଲଜ କରିବା ସହିତ ନିର୍ଯାତନା ଦେଇ ଆସୁଥିଲେ। ତେବେ ଶୁକ୍ରବାର ସକାଳେ ଉଭୟଙ୍କ ମଧ୍ୟରେ ଯୌତୁକ ଟଙ୍କା ପାଇଁ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କୋଶବ ଏକ ଟାଙ୍ଗିଆ ସାହାଯ୍ୟରେ କୁସୁମଙ୍କୁ ଆକ୍ରମଣ କରିଥିଲେ। କୁସୁମ ଚିତ୍କାର କରିବାରୁ କେଶବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇ ନାହିଁ।

ଫୋଟୋ - http://v.duta.us/M_uMuwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/rLy8KQAA

📲 Get Anugul-dhenkanal News on Whatsapp 💬