[anugul-dhenkanal] - ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

  |   Anugul-Dhenkanalnews

ପରଜଙ୍ଗ,୧୫।୨(ଡି.ଏନ.ଏ.)- ପରଜଙ୍ଗ ବ୍ଲକ କୂଆଳୋ ପଞ୍ଚାୟତ ପରମହଂସପୁର ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଶୁକ୍ରବାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ କଲେଜ ଅଧ୍ୟ ତ୍ରିଲୋଚନ ଭୂତିଆ ଯୋଗ ଦେଇ ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ମହାବିରି ଶାନ୍ତି ସଂଗଠନ ସଭାପତି ସୁକାନ୍ତ ପରିଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ବିଦ୍ୟାଧର ବେହେରା, ଶିବାନୀ ମିଶ୍ର, ଶିକ୍ଷା କମିଟି ସଭାପତି ତଥା ସ୍କୁଲ ନିର୍ଦ୍ଦେଶକ ବିକ୍ରମସେନ ବେହେରା ଉପସ୍ଥିତ ଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଅର୍ପିତା ବର୍ମା ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସିଲା ପୁହାଣ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ସୁଜାତା ଭୁତିଆ ଧନ୍ୟବାଦ ଦେଇଥିଲେ। ଶେଷରେ କୃତୀ ଛାତ୍ରୀଛାତ୍ରଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। ବିଦ୍ୟାଳୟ କମିଟି ସମ୍ପାଦକ ବିପିନ ବେହେରା, ବିଷ୍ଣୁପ୍ରିୟା ଦେବୀ, ମିଲନ ରାଉତ, ପଦ୍ମିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଫୋଟୋ - http://v.duta.us/QijRogAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/zJyN4QAA

📲 Get Anugul-dhenkanal News on Whatsapp 💬