[anugul-dhenkanal] - ୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

  |   Anugul-Dhenkanalnews

ଢେଙ୍କାନାଳ ଅଫିସ,୧୫।୨- ଢେଙ୍କାନାଳ ସହରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅପରାହ୍ନରେ ୩୩ତମ ଢେଙ୍କାନାଳ ଜିଲା ଭାରତ ସ୍କାଉଡ ଓ ଗାଇଡ୍‌ କ୍ୟାମ୍ପୋରି ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ। ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା ଯୋଗଦେଇ କହିଲେ, ଭାରତ ସ୍କାଉଡ୍‌ ଓ ଗାଇଡ୍‌ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଂସ୍କାର ସହ ଏକ ସାଂସ୍କୃତିକ ଚେତନାର ବାତାବରଣ ସୃଷ୍ଟି କରିପାରିଛି। କର୍ତ୍ତବ୍ୟବୋଧ, ତ୍ୟାଗ, ଶୃଙ୍ଖଳା, ସେବା, ଆତ୍ମବିଶ୍ୱାସ ଓ ବନ୍ଧୁତା ଭଳି ଚାରିତ୍ରିକ ଦିଶା ଦେବାରେ ମଧ୍ୟ ସମର୍ଥ ହୋଇଥିବା ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ କଟକ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ରାଉତ କହିଲେ, ବଞ୍ଚିବା ପାଇଁ ଯେଉଁ ଦକ୍ଷତା ଆବଶ୍ୟକ ତାହାକୁ ବିକଶିତ କରିବା ପାଇଁ ସେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିଥି ଭାବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଗଁଦିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୀନତି ଦେହୁରୀ ପ୍ରମୁଖ ଯୋଗଦେଇ ତ୍ୟାଗ ମନୋବୃତ୍ତି ରଖି ସମାଜ ସେବାରେ ଆଗେଇ ଯିବା ପାଇଁ ସ୍କାଉଟ୍‌ ଓ ଗାଇଡଙ୍କୁ ଆହ୍ବାନ ଦେଇଥିଲେ। ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ପ୍ରିନ୍ସିପାଲ ଯଜ୍ଞେଶ୍ୱର ବୋରା, ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ସୌଦାମିନୀ ଦାସ ଯୋଗ ଦେଇଥିଲେ। ଏହି ଅବସରରେ ଜିଲା ଭାରତ ସ୍କାଉଡ୍‌ ଓ ଗାଇଡର ସ୍ମରଣିକା କସ୍ତୁରୀ ଉନ୍ମୋଚିତ ହୋଇଥିଲା। ଶିକ୍ଷକ ବିପିନ ବିହାରୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପରେ ଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲା ଜରୁରୀ ଓ ଆପାତକାଳିନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ୮ଟି ବ୍ଲକର ୧୭୨ଟି ହାଇସ୍କୁଲର ୪୫୨ଜଣ ବାଳକ ସ୍କାଉଟ୍‌, ୯୨ଜଣ ବାଳିକା ଗାଇଡ୍‌, ୧୪୧ଜଣ ସ୍କାଉଟ୍‌ ମାଷ୍ଟର ଓ ୨୪ଜଣ ଗାଇଡ୍‌ କ୍ୟାପଟେନ୍‌ ଯୋଗ ଦେଇଛନ୍ତି।

ଫୋଟୋ - http://v.duta.us/ohx-YgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/27uMvwAA

📲 Get Anugul-dhenkanal News on Whatsapp 💬