[balasore] - ଆଦିବାସୀ ପ୍ରତିନିଧି ସମ୍ମିଳନୀ, ସାଂସ୍କୃତିକ ସମାରୋହ

  |   Balasorenews

ଉଦଳା, ୧୫।୨ (ଡି.ଏନ.ଏ.)-କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳା ହାଇସ୍କୁଲ ପଡିଆଠାରେ ଶୁକ୍ରବାର ଆଦିବାସୀ ପ୍ରତିନିଧି ସମ୍ମିଳନୀ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଭାବେ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ରାଜ୍ୟସଭା ଏମ୍‌ପି ସରୋଜିନୀ ହେମ୍ବ୍ରମ୍‌, ଜିଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ, ପୂର୍ବତନ ରାଜ୍ୟସଭା ଏମ୍‌ପି ବୀରଭଦ୍ର ସିଂ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍‌ ପ୍ରମୁଖ ଏହି ଆଦିବାସୀ ପ୍ରତିନିଧି ସମ୍ମିଳନୀରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ କଶ୍ମୀର ଫୁଲୱାମାରାରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ୍‌ ଯବାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସାଂସ୍କୃତିକ ସମାରୋହରେ ଉଦଳା, ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଲକର ବିଭିନ୍ନ ପଞ୍ଚାୟତରୁ ସାନ୍ତାଳ, କୋହ୍ଲ, ବାଥୁଡି, ଭୂୟଁ।, ଭୂମିଜ ଭଳି ବିଭିନ୍ନ ଜନଜାତି ଭାଷାଭାଷୀର ସାଂସ୍କୃତିକ ଦଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଉଦଳା ଆଇଟିଡିଏ ପିଏ ବିଧାନ ଚନ୍ଦ୍ର ରାୟ, ଉପଖଣ୍ଡ ପୋଲିସ୍‌ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର, ଆଇଆଇସି ସନାତନ ସାହୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଏବଂ ମୁଖ୍ୟବକ୍ତା ବିଭିନ୍ନ ସାଂସ୍କୃତିକ ଦଳକୁ ତାଙ୍କର ପାରମ୍ପରିକ ବାଦ୍ୟଯନ୍ତ୍ର, ପାରମ୍ପରିକ ବସ୍ତ୍ର ଆଦି ପ୍ରଦାନ କରିଥିଲେ । ତାଛଡା ଅତିଥିମାନଙ୍କ ଦ୍ୱାରା ସାନ୍ତାଳ, କୋହ୍ଲ, ବାଥୁଡି, ଭୂୟଁ। ଓ ଭୂମିଜ ଜନଜାତିର ମୁଖ୍ୟ ପୁରୋଧାମାନଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଓଡିଶା ସରକାର ଆଦିବାସୀମାନଙ୍କ ଉନ୍ନତି ଏବଂ ତାଙ୍କର ସାଂସ୍କୃତିକ ବିକାଶର ପୁନରୁଦ୍ଧାର ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି କହିଛନ୍ତି । ଦିବସ ବ୍ୟାପୀ ଆଦିବାସୀ ସାଂସ୍କୃତିକ ମଞ୍ଚରେ ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ଚାଙ୍ଗୁ ନୃତ୍ୟ, ଧୁମୁସା ମାଦଳ, ସାନ୍ତାଳି ନୃତ୍ୟ ଆଦି ପରିବେଷଣ କରାଯାଇଥିଲା । ପ୍ରାୟ ହଜାର ହଜାର ଆଦିବାସୀ ଯୁବତୀ ଯୁବକ, ମହିଳା, ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ରାଢୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବସେନ ମାରାଣ୍ଡି, ଠୁମ୍ପୁ ମୁର୍ମୁ, ସବିତା ହଁ।ସଦା, ଉଦଳା ବ୍ଲକ ଅଧ୍ୟକ୍ଷା କାରମୀ ମୁର୍ମୁ, ଖୁଣ୍ଟା ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି, ଗୋପବନ୍ଧୁନଗର ବ୍ଲକ ଅଧ୍ୟକ୍ଷ ମାନସ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଫୋଟୋ - http://v.duta.us/qcleXAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3NZIpgAA

📲 Get Balasore News on Whatsapp 💬