[balasore] - କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

  |   Balasorenews

ଭଦ୍ରକ ଅଫିସ, ୧୫।୨ - ଭଦ୍ରକର ରାଣୀତାଲଠାରେ ଆସନ୍ତା ୧୭ ତାରିଖରେ ଉତ୍ତର ଓଡ଼ିଶା ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ଦଳୀୟ ବୁଥ୍‌ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ। ଭାଜପାର ଜିଲା ସଭାପତି ବଦ୍ରିନାରାୟଣ ଧଳଙ୍କ ପୌରୋହିତ୍ୟରେ ଦଳୀୟ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।

ସୂଚନା ଅନୁଯାୟୀ, ରାଣୀତାଲଠାରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ସମସ୍ତ ବୁଥ୍‌ ତଦୁର୍ଦ୍ଧ ଅନ୍ୟୁନ ୫୦ ହଜାରରୁ ଊଦ୍ଧର୍‌ବ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ରୀ ସିଂ ସମ୍ବୋଧିତ କରିବେ। ୪ ସଂସଦୀୟ କ୍ଷେତ୍ରର ୭୨୨୪ଟି ବୁଥ୍‌ ସଭାପତି, ପ୍ରଭାରୀ, ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ, ସହପ୍ରମୁଖ ଓ ପ୍ରଭାରୀ, ମଣ୍ଡଳ ଓ ଜିଲା ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ, ୭ଟି ମୋର୍ଚ୍ଚାର ଜିଲା ଓ ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ବରିଷ୍ଠ ନେତୃବୃନ୍ଦ ସମ୍ମିଳନୀରେ ଯୋଗଦେବେ। ମନ୍ତ୍ରୀ ସିଂ ପ୍ରଥମେ ବାସୁଦେବପୁରର ଇରମଠାରେ ପହଞ୍ଚି ଶହୀଦମାନଙ୍କୁ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରି ସେଠାରୁ ଭଦ୍ରକାଳୀ ପୀଠକୁ ଯିବେ। ପୀଠରେ ପୂଜାର୍ଚ୍ଚନା ସାରି ରାଣୀତାଲଠାରେ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ର ସଂଗଠନ ସହସମ୍ପାଦକ ସୌଦାନ ସିଂଙ୍କ ସମେତ ବହୁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ଯୋଗଦେବେ ବୋଲି ଖବରଦାତା ସମ୍ମିଳନୀରେ କୁହାଯାଇଛି। ଡା. ପ୍ରଦୀପ ନାୟକ, ଶରତ ଦାସ, ପ୍ରଭାତ ଜେନା, ଶରତ ପଢିଆରୀ, ତପନ ମହାନ୍ତି, ରାଜୀବ ମହାନ୍ତି, ମନସ୍ମିତା ଖୁଣ୍ଟିଆ, ଅଧର ମଲ୍ଲିକ, ଭାସ୍କର ସାହୁ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/_oHQ3wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/tGXnXwAA

📲 Get Balasore News on Whatsapp 💬