[balasore] - ଟ୍ରକ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ ନେଇ ଉତ୍ତେଜନା: ଗାଡି ପୋଡିଦେଲେ ଉତ୍ତ୍ୟକ୍ତ ଲୋକେ

  |   Balasorenews

ରୂପ୍‌ସା/ବସ୍ତା, ୧୫।୨(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା-ବାହାବଳପୁର ରାସ୍ତାର ସୋଲପଟାଠାରେ ଗୁରୁବାର ଏକ କାଠ ବୋଝେଇ ଟ୍ରକ୍‌ ଧକ୍କାରେ ସୋଲପଟା ହାଇସ୍କୁଲର ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତଛାତ୍ର ହେଲେ ସାର୍ଥା ପଞ୍ଚାୟତ ବୁଧିଆମାରି ଗ୍ରାମର ଜୟପ୍ରକାଶ ପାତ୍ରଙ୍କ ଏକମାତ୍ର ପୁଅ ରାଜକୁମାର (୧୩)। ରାଜକୁମାର ସ୍କୁଲ ଛୁଟି ହେବା ପରେ ଖେଳି ସାରି ସାଇକେଲ ଯୋଗେ ମାମୁ ଘରକୁ ଯାଉଥିଲେ। ସେ ସୋଲପଟା ଗ୍ରାମର ମାମୁ ଘରେ ରହି ପାଠ ପଢୁଥିଲେ। ହଳଦୀପଦାରୁ ବାହାବଳପୁର ଅଭିମୁଖେ ଯାଉଥିବା ଏକ କାଠ ବୋଝେଇ ଟ୍ରକ୍‌ (ନଂ. ଓଆର୍‌୦୯କେ ୫୪୪୨) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରାଜକୁମାରଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟ୍ରକ୍‌ଟି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ଶିଳଦା ଛକଠରେ ଟ୍ରକ୍‌କୁ ଅଟକାଇ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଗ୍ରାମବାସୀ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ସୋଲପଟାଠାରେ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ। ବସ୍ତା ଥାନା ପୋଲିସ ପହଞ୍ଚତ୍ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଫୋଟୋ - http://v.duta.us/5So4fwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/LWy25QAA

📲 Get Balasore News on Whatsapp 💬