[balasore] - ଧାରଣାରେ ବସିଲେ ଶ୍ରମିକ

  |   Balasorenews

ଯୋଡା,୧୫।୨(ଡି.ଏନ.ଏ.): ଯୋଡ଼ା ଖଣିମଣ୍ଡଳର ଜଲହରିସ୍ଥିତ କଳିଙ୍ଗ ମାଇନିଂ କର୍ପୋରେଶନ ( କେଏମସି ) ଖଣିରେ ଏରିଅର ପେମେଣ୍ଟ ଦାବିକରି କେତେକ ଶ୍ରମିକ ଖଣି ଅଫିସ ସମୁଖରେ ଶୁକ୍ରବାର ଧାରଣାରେ ବସିଥିଲେ। ଶ୍ରମିକ ହୃଷିକେଶ ପାତ୍ର, ନନ୍ଦିଆ ମୁଣ୍ଡା, କ୍ଷୀରୋଦ ପାତ୍ର, ମଙ୍ଗଳ ମୁଣ୍ଡା, ଗୁଲୁ ମୁଣ୍ଡା, ତ୍ରିଲୋଚନ ଲୋହାର, କାଶିନାଥ ଲୋହାର, ଭକ୍ତବନ୍ଧୁ ମହାନ୍ତ, ଅନାମ ପାତ୍ର, ଦେବାନନ୍ଦ ପାତ୍ର ଧାରଣାରେ ବସିଥିଲେ। ୨୦୧୫ ପରଠାରୁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବର୍ଦ୍ଧିତ ଦରମା (ଏରିଅର) ସେମାନଙ୍କୁ ମିଳିନି। ଏହି ବର୍ଦ୍ଧିତ ଦରମା ଅନ୍ୟ ଖଣି କମ୍ପାନୀ ଶ୍ରମିକଙ୍କୁ ପ୍ରଦାନ କରାଯାଇଛି। ଦୀର୍ଘ ୩୬ ମାସ ହେବ କେଏମସି ଖଣିରେ ଥିବା ଠିକା ସଂସ୍ଥା ତ୍ରୀବେଣୀ ଆର୍ଥ ମୋଭର୍ସ ପ୍ରାଇଭେଟ ଲିମିଟେଡ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ବର୍ଦ୍ଧିତ ଦରମା ମିଳିନାହିଁ । ଏ ନେଇ ଶ୍ରମିକମାନେ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସଂସ୍ଥା ପକ୍ଷରୁ ଏହି ବର୍ଦ୍ଧିତ ଦରମା ପ୍ରଦାନ କରିବା ନେଇ ୧୫ ଦିନର ସମୟ ନେଇଥିଲେ। ଶୁକ୍ରବାର ଏହି ସମୟ ଅବଧି ଶେଷ ହୋଇଥିଲେ ହେଁ ଠିକା ସଂସ୍ଥା ପକ୍ଷରୁ ବର୍ଦ୍ଧିତ ଦରମା ପ୍ରଦାନ କରାଯାଉନି। କୌଣସି ଆଲୋଚନା କରା ନ ଯିବାରୁ ଶ୍ରମିକ ଖଣିରେ କାର୍ଯ୍ୟ ବନ୍ଦ କରି ଖଣି ଅଫିସ ସମୁଖରେ ଧାରଣା ଦେଇଥିଲେ।...

ଫୋଟୋ - http://v.duta.us/pSywZQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/Rd8ZHAAA

📲 Get Balasore News on Whatsapp 💬