[balasore] - ବିଦ୍ୟାଳୟ ମିଶ୍ରଣକୁ ବିରୋଧ : ବିଇଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଛାତ୍ରୀଛାତ୍ର

  |   Balasorenews

ଉଦଳା, ୧୫। ୨(ଡି.ଏନ.ଏ.)-ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଉଦଳା ବ୍ଲକ ଅଧୀନରେ ଥିବା ଖଲାଡି ପଞ୍ଚାୟତର ଦରିକୁଲା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଅଭିଭାବକମାନେ ମଧ୍ୟ ସାମିଲ ହୋଇଥିଲେ। ବିକ୍ଷୋଭକାରୀମାନେ ଉଦଳା ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହିତ ଧାରଣାରେ ବସିଥିଲେ। ଫଳରେ କୌଣସି କର୍ମଚାରୀ ବିଇଓଙ୍କ କାର୍ଯ୍ୟାଳୟ ଭିତରକୁ ଯାଇପାରି ନ ଥିଲେ । ଦିନତମାମ କାର୍ଯ୍ୟାଳୟ ଅଚଳ ହୋଇପଡିଥିଲା।

ଦରିକୁଲା ବିଦ୍ୟାଳୟର ଛାତ୍ରୀଛାତ୍ର ସଂଖ୍ୟା ହ୍ରାସ ପାଉଥିବାରୁ ଶିକ୍ଷା ଅଧିକାରୀ ଏହି ବିଦ୍ୟାଳୟକୁ ନିକଟସ୍ଥ ବେଗୁନିଆଡିହା ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରିଦେଇଥିବା ଜଣାପଡିବା ପରେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ା ଏହାକୁ ନେଇ ଅଭିଭାବକମାନେ ବିଇଓ, କପ୍ତିପଦା ଉପଜିଲାପାଳ ଏବଂ ଜିଲାପାଳଙ୍କ ନିକଟରେ ଏକ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେଇଥିଲେ। ଏଥିରେ ବିଦ୍ୟାଳୟକୁ ସ୍ଥାନାନ୍ତର କରା ନ ଯିବାକୁ ଦାବି କରାଯାଇଥିଲା। ଏହାର କୌଣସି ସୁଫଳ ନ ମିଳିବାରୁ ଅଭିଭାବକ ଏବଂ ଛାତ୍ରୀଛାତ୍ର ଏଭଳି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଥିଲେ। ଅଭିଭାବକ ବାଇଧର ମୁର୍ମୁ କହିଛନ୍ତି ଯେ, ଦରିକୁଲା ବିଦ୍ୟାଳୟରୁ ବେଗୁନିଆଡିହା ବିଦ୍ୟାଳୟ ପ୍ରାୟ ୩ କି.ମି. ଦୂର ହେଉଥିବାରୁ ଦରିକୁଲା ଗ୍ରାମର ଛାତ୍ରୀଛାତ୍ରମାନେ ବେଗୁନିଆଡିହା ବିଦ୍ୟାଳୟକୁ ଯିବା ଆସିବାରେ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି। ବିଇଓ ସୁଧାକର ବେହେରା ଖୁବଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଏହି ଘଟଣାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଫୋଟୋ - http://v.duta.us/hwOiHgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/MtgpigEA

📲 Get Balasore News on Whatsapp 💬