[balasore] - ସ୍କୁଲରେ ପଶି ଛାତ୍ରଙ୍କୁ ମାଡ ଘଟଣା: ବିଇଓଙ୍କୁ ଅଭିଯୋଗ କଲେ ଛାତ୍ରୀଛାତ୍ର

  |   Balasorenews

ଯୋଡା,୧୫।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ନିକଟକୁ ଲାଗି ଥିବା ବନେଇକଳା ହାଇସ୍କୁଲରେ ସରସ୍ବତୀ ପୂଜା ଦିନ ପୋଲିସ ସେଠାରେ ପଶି ଛାତ୍ରଙ୍କୁ ମାଡ ମାରିବା ଘଟଣାକୁ ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର। ସେମାନେ ଗୁରୁବାର ଯୋଡା ବିଇଓଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।

ଛାତ୍ରୀଛାତ୍ରଙ୍କ ଦସ୍ତଖତ ସମ୍ବଳିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୧୦ ତାରିଖରେ ସ୍କୁଲରେ ସରସ୍ବତୀ ପୂଜା ଚାଲୁଥିବା ବେଳେ ପ୍ରାୟ ଗୋଟାଏ ସମୟରେ ଯୋଡା ଥାନାର କେତେକ ପୋଲିସ ସ୍କୁଲ ପରିସରରେ ପଶି କେତେ ଜଣ ଛାତ୍ରଙ୍କୁ ମାଡ ମାରିଥିଲେ। ଏ ସମ୍ପର୍କରେ ଛାତ୍ରମାନେ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ଓଲଟା ଧମକ ଦେଇଥିଲେ ା ଛାତ୍ରୀଛାତ୍ରମାନେ ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ, ପୋଲିସ ମାଡ ମାରୁଥିବା ସମୟରେ ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ମାନେ କମନ ରୁମ୍‌ରେ ବସିଥିଲେ ହେଁ, ପଦାକୁ ବାହାରି ନ ଥିଲେ। ଏହି ଘଟଣା ସମ୍ପର୍କରେ ଆହତ ଛାତ୍ରମାନେ ନିଜ ନିଜର ଅଭିଭାବକଙ୍କୁ ଜଣାଇଥିଲେ ା ଅଭିଭାବକ ମାନେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଛାତ୍ରମାନଙ୍କୁ ପୋଲିସର ମାଡ ଘଟଣା ସମ୍ପର୍କରେ ପଚାରିବାରୁ ସେମାନଙ୍କୁ ମଧ୍ୟ ଗାଳିଗୁଲଜ ଦେଇ ସ୍କୁଲରୁ ଫେରାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍କୁଲର ପ୍ରଧାନ ଶିକ୍ଷକ ବିଦ୍ୟାଧର ମହାନ୍ତଙ୍କୁ ପଚାରିବାରୁ ମୁଁ ରାସ୍ତାରେ ଅଛି, ଗାଡି ଚଳାଉଛି, ପରେ କଥା ହେବି ବୋଲି କହିଥିଲେ ା ଯୋଡା ବିଇଓ ନରେଶ କୁମାର କର ଏ ସମ୍ପର୍କରେ କହିଛନ୍ତି, ଅଭିଯୋଗ ପତ୍ର ପାଇବା ପରେ ସେ ସମ୍ପୃକ୍ତ ସ୍କୁଲ ପରିଦର୍ଶନରେ ଆସିଥିଲେ। ସେଠାରେ ପାଠପଢାରେ ଅବହେଳା ହେଉଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ ଆଣିଥିଲେ। ତେବେ ପୋଲିସର ଛାତ୍ରଙ୍କୁ ମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଥିବା ବିଇଓ କର କହିଛନ୍ତି।

ଫୋଟୋ - http://v.duta.us/YzPdagAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/JNr6zgAA

📲 Get Balasore News on Whatsapp 💬