[balasore] - ସଚେତନତା ପାଇଁ ସାଇକେଲ ଯାତ୍ରା

  |   Balasorenews

ଭଦ୍ରକ ଅଫିସ, ୧୫।୨ - ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଭଦ୍ରକରୁ କନ୍ୟାକୁମାରୀ ଭାୟା ବାଙ୍ଗାଲୋରକୁ ସାଇକେଲରେ ଯାତ୍ରା କରିବେ ଭଦ୍ରକର ବିଭୂତି ଭୂଷଣ ପଣ୍ଡା(୩୦)। ଆସନ୍ତା ୨୦ ତାରିଖରୁ ସେ ସାଇକେଲରେ ଯାତ୍ରା କରି ୨୧ ଦିନ ମଧ୍ୟରେ ୨୯ ଶହ କି.ମି ଅତିକ୍ରମ କରିବେ।

ବିଭୂତିଙ୍କ ଘର ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର କେଶରପୁର ଗଁାରେ। ସେ ଯୁକ୍ତ ୨ ପରେ ବୈଷୟିକ ତାଲିମ ନେଇ ସାରିଛନ୍ତି। ସେ ଭଦ୍ରକରୁ ବାହାରି ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ୍‌, ବିଜୟନଗରମ୍‌, ବିଜୟୱାଡା, ଚେନ୍ନାଇ, ରାମେଶ୍ୱରମ୍‌, କନ୍ୟାକୁମାରୀ, ସାଲମ୍‌ରୁ ବାଙ୍ଗାଲୋରରେ ପହଞ୍ଚି ଯାତ୍ରା ଶେଷ କରିବେ। ମୁଖ୍ୟତଃ ଧୂମପାନ ଓ ନିଶାଦ୍ରବ୍ୟଠାରୁ ଯୁବପିଢ଼ିଙ୍କୁ ଦୂରେଇ ରଖିବା, ବୃକ୍ଷରୋପଣ, ପରିବେଶ ସୁରକ୍ଷା, କ୍ୟାନ୍‌ସର ଭଳି ଦୁରାରୋଗ୍ୟଠାରୁ ଦୂରେଇ ରହିବା ନେଇ ସେ ଲୋକଙ୍କୁ ସଚେତନ କରାଇବେ। ରାସ୍ତାରେ ଯାଉଥିବା ଲୋକ, ରାସ୍ତାପାର୍ଶ୍ୱ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ଏବଂ ରାତ୍ରିକାଳୀନ ସମୟରେ ଆଖପାଖ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ଏହି ଯାତ୍ରା କରୁଥିବା ବିଭୂତି ପ୍ରତିକ୍ରିୟା ରଖିଛନ୍ତି। ଏଥିପୂର୍ବରୁ ସେ ଭଦ୍ରକରୁ ପୁରୀ ଓ କୋଣାର୍କ ୨୫୦ କି.ମି. ଗୋଟିଏ ଦିନରେ, ଭୁବନେଶ୍ୱରରୁ କୋରାପୁଟ ଯିବାଆସିବା ୧୨ ଦିନରେ ସାଇକେଲ ଯାତ୍ରା କରି ଚର୍ଚ୍ଚା ପରିସରକୁ ଆସିଥିଲେ। ସରକାରୀ ପ୍ରୋତ୍ସାହନ ଓ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ମିଳିପାରିଲେ ସେ ସାଇକ୍ଲିଂରେ ରାଜ୍ୟସ୍ତରରେ ପାରଦର୍ଶିତା ହାସଲ କରିପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ଫୋଟୋ - http://v.duta.us/Zlz6lwAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/w2LXyQAA

📲 Get Balasore News on Whatsapp 💬