[balasore] - ୧୫ରୁ ରେଞ୍ଜ ଟେକ୍ନୋଲୋଜିର ଆନ୍ତର୍ଜାତିକ ସମ୍ମିଳନୀ: ଯୋଗଦେବେ ୧୬ ଦେଶର ପ୍ରତିନିଧି

  |   Balasorenews

ବାଲେଶ୍ୱର ଅଫିସ, ୧୫।୨-ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ରେଞ୍ଜ ଟେକ୍ନୋଲୋଜି ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବାଲେଶ୍ୱର ଓଟିରୋଡସ୍ଥିତ ଆଇଟିଆର୍‌ର ରୋମି ପରିସରରେ ଗୁରୁବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଆଇଟିଆର୍‌ ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ସୂଚନା ଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ଚାନ୍ଦିପୁରସ୍ଥିତ ଆଇଟିଆର୍‌ ପରିସରରେ ଏହି ସମ୍ମିଳନୀକୁ ଡିଆର୍‌ଡିଓ ମୁଖ୍ୟ ଡ. କିରଣ କୁମାର ଉଦ୍‌ଘାଟନ କରିବେ।

ଚାନ୍ଦିପୁର ଆଇଟିଆର୍‌ ପରିସରରେ ଗତ ୨୦୦୬ ମସିହାରେ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୧୩ବର୍ଷ ପରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ଭାରତ ସମେତ ୧୭ଟି ଦେଶର ୩ଶହରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୧୬ଟି ଦେଶରୁ ୩୫ରୁ ଅଧିକ ବୈଜ୍ଞାନିକ ଯୋଗଦେବେ। ଏଥିରେ ଆର୍ମି, ଏୟାରଫୋର୍ସ, ନାଭିର ସମସ୍ତ ବରିଷ୍ଠ ବୈଜ୍ଞାନିକମାନେ ଅଂଶଗ୍ରହଣ କରୁଛନ୍ତି। ରେଞ୍ଜ ଟେକ୍ନୋଲୋଜି ଉପରେ ଆଲୋଚନା କରାଯିବ। ଟେଷ୍ଟ ରେଞ୍ଜରେ ଯେତେବେଳେ ଟେଷ୍ଟ କରାଯାଏ ସେତେବେଳେ ଅନେକ କିଛି ଟେକ୍ନୋଲୋଜିର ଆବଶ୍ୟକ ପଡ଼ିଥାଏ। କି, କି ଟେକ୍ନୋଲୋଜି ଦରକାର, ଆଜି ସେ ଟେକ୍ନୋଲୋଜି କେଉଁଠି ପହଞ୍ଚିଛି ଏହା ଉପରେ ସବିଶେଷ ଆଲୋଚନା ୩ ଦିନିଆ ସମ୍ମିଳନୀରେ ହେବାକୁ ସ୍ଥିର କରାଯାଇଛି। ବିଶ୍ୱର ପ୍ରମୁଖ ଦେଶମାନଙ୍କରେ ଏହି ବିଷୟ ଉପରେ ଭଲ ଭଲ ପେପର ଆସିଛି। ଏହାକୁ ଆମ ବୈଜ୍ଞାନିକମାନେ ଜାଣିବେ ଏବଂ ଶିଖିବା ସହ ଆହୁରି ଉନ୍ନତି କରିବେ ବୋଲି ନିର୍ଦ୍ଦେଶକ ଦାସ କହିଛନ୍ତି। ଏହାସହିତ ପୃଥିବୀବାସୀଙ୍କୁ ଆମ ରାଜ୍ୟ ତଥା ଜିଲାର କଳା ଓ ସଂସ୍କୃତି ଉପରେ ଅବଗତ କରାଇବାକୁ ସମ୍ମିଳନୀରେ ସ୍ଥିର କରାଯାଇଛି। ୩ ଦିନ ମଧ୍ୟରେ ଗୋଟିଏ ପ୍ରଦର୍ଶନୀ କରାଯିବାର ସୂଚନା ମିଳିଛି। ବୈଜ୍ଞାନିକ (ଏଫ୍‌) ଚିତ୍ତରଞ୍ଜନ ଓଝା, ବୈଜ୍ଞାନିକ (ଏଫ୍‌) ନିଳାଦ୍ରୀ ରାୟ, ବୈଜ୍ଞାନିକ (ଏଫ୍‌) ନିଲମ କୁମାର ପାଲ ଏବଂ ସମ୍ମିଳନୀର କନଭେନର ବୈଜ୍ଞାନିକ (ଜି) ବି ସୁଚରିତା ଏହି ଖବରଦାତା ସମ୍ମିଳନୀ ଉପସ୍ଥିତ ଥିଲେ।

ଫୋଟୋ - http://v.duta.us/JN4gBAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/swgjRgAA

📲 Get Balasore News on Whatsapp 💬