[berahampur] - ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

  |   Berahampurnews

ଛତ୍ରପୁର,୧୫ା୨(ଡି.ଏନ.ଏ)- ଗଞ୍ଜାମ ଜିଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ବୁଧବାର ଛତ୍ରପୁରସ୍ଥିତ ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ କୁଷ୍ଠ ନିରାକରଣ ପକ୍ଷ ପାଳିତ ହୋଇଯାଇଛି| ଜିଲା ସମାଜ ସୁରକ୍ଷା ଅଧିକାରୀ ବଳରାମ ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଜିଲା ପରିଷଦ ସଭାପତି ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ସିଡିଏମଓ ଡା. ସଦାନନ୍ଦ ମିଶ୍ର, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଜିଲା ଲେପ୍ରୋସି ଅଫିସର ଡା. ତୃପ୍ତିଲତା ମହାପାତ୍ର, ଡା. ଭି ଶାନ୍ତାରାମ, ରାଜ୍ୟ ହେଡକ୍ୱାର୍ଟରର ସମାଜ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ ବେହେରା, ଜିଲା ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ କେ. ଆନନ୍ଦ ରାଓ ପ୍ରମୁଖ ଯୋଗଦେଇଥିଲେ। ମାନସିକତାରେ ପରିବର୍ତ୍ତନ ଓ ସଚେତନ ହେଲେ କୁଷ୍ଠ ରୋଗ କମିବ ବୋଲି ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀମାନେ ମତ ରଖିଥିଲେ। ଏହି ଅବସରରେ କୁଷ୍ଠରେ ପୀଡ଼ିତଙ୍କୁ କିଟ୍‌ ପ୍ରଦାନ କରାଯାଇଥିଲା ା ଶୁକ୍ରବାରଠାରୁ ୨୮ ତାରିଖ ପର୍ଯ୍ୟନ୍ତ କୁଷ୍ଠମୁକ୍ତ ଗାଁ ଅଭିଯାନ ଚାଲିବ ା ଆଶା, ଅଙ୍ଗନୱାଡି, ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି କୁଷ୍ଠ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ ବୋଲି ସୂଚନା ଦିଆଯାଇଥିଲା ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ କୁଷ୍ଠ ପୀଡ଼ିତମାନଙ୍କୁ ସାମିଲ କରାଯାଇଥିବା ଜିଲାପରିଷଦ ସଭାପତି ବେହେରା କହିଥିଲେ। ସେହିପରି ଜିଲା ମୁଖ୍ୟ ଚିକିସତ୍ାଧିକାରୀ ମିଶ୍ର କହିଥିଲେ ଯେ, କୁଷ୍ଠରେ ପୀଡ଼ିତଙ୍କୁ ଘୃଣା ନୁହେଁ, ସହାୟତାର ହାତ ବଢାଇବା ସହ ସଚେତନ କରିବା ଜରୁରୀ ା ଜିଲା ଅକ୍ଷମ କଲ୍ୟାଣ ମହାସଂଘ ସମ୍ପାଦକ ରାଓ କହିଥିଲେ, କୁଷ୍ଠକୁ ନେଇ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେବାରେ ଲାଗିଛି ା ଆହୁରି ମଧ୍ୟ ପରିବର୍ତ୍ତନର ଆବଶ୍ୟକତା ରହିଛି। ସରକାର ମଧ୍ୟ ସଚେତନ ପାଇଁ ଜାନୁୟାରୀ ୩୦ରୁ ଫେବୃୟାରୀ ୧୪ ତାରିଖ ପର୍ଯ୍ୟନ୍ତ ପକ୍ଷ ପାଳନ କରୁଛନ୍ତି।

ଫୋଟୋ - http://v.duta.us/rA7O_wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/3RQikQAA

📲 Get Berahampur News on Whatsapp 💬