[berahampur] - ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

  |   Berahampurnews

ବ୍ରହ୍ମପୁର ଅଫିସ୍‌,୧୫ା୨- କେହି ନ ଥିବା ସମୟରେ ଘରେ ପଶି ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ବ୍ରହ୍ମପୁର ଏଡିଜେ-୨ ପୋକ୍ସୋ କୋର୍ଟ ଜଜ୍‌ ଦୀପକ କୁମାର ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି| ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ା ଜରିମାନା ଅନାଦାୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ହୋଇଥିବା ଜଣାପଡିଛି ା ପ୍ରକାଶଯେ, ୨୦୧୬ ଅକ୍ଟୋବର ୩୦ରେ ଗଞ୍ଜାମ ଜିଲା ସୋରଡା ଥାନାଅଞ୍ଚଳ ଏକ ଗ୍ରାମରେ ଜଣେ ନାବାଳିକା ଘରେ ଏକା ଥିଲେ ା ସେ ଦିନ ୧୧ ଟାରେ ଛାତ ଉପରକୁ ଯାଇଥିବା ବେଳେ ପଡୋଶୀ ପ୍ରଶାନ୍ତ ଛାତ ଉପରେ ଥିଲେ। ନାବାଳିକା ଜଣଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କୁ ଅଭିଯୁକ୍ତ ପ୍ରଶାନ୍ତ ବଳାତ୍କାର କରିଥିଲେ ା ଘଟଣା ପ୍ରଘଟ ନ କରିବାକୁ ଧମକ ଦେଇଥିଲେ ା ପରିବାର ବର୍ଗ ଫେରିବା ପରେ ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ କହିଥିଲେ ା ପରିବାର ବର୍ଗ ସେତେବେଳେ ଗ୍ରାମ୍ୟ କମିଟିକୁ ଘଟଣା ବିଷୟରେ ଜଣାଇଥିଲେ ା ହେଲେ ଉପଯୁକ୍ତ ନ୍ୟାୟ ନ ମିଳିବାରୁ ନାବାଳିକା ୨୦୧୬ ନଭେମ୍ବର ୩ରେ ସୋରଡା ଥାନାରେ ଏତଲା ଦେଇଥିଲେ। ପୋଲିସ ନଂ. ୧୬୪/୧୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ୨୦୧୬ ନଭେମ୍ବର ୬ରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ ା

ଫୋଟୋ - http://v.duta.us/QbCfZAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/qhMSBwAA

📲 Get Berahampur News on Whatsapp 💬