[berahampur] - ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

  |   Berahampurnews

ଫିରିଙ୍ଗିଆ, ୧୫ା୨: ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର କେତେଜଣ ଛାତ୍ରଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କ ବାପା ଘଟଣାର ତଦନ୍ତ ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିଦ୍ୟାଳୟର ସରସ୍ବତୀ ମୂର୍ତ୍ତି ସୋମବାର ବିସର୍ଜନ ହୋଇଥିଲା। ତେବେ ଅଳିଆ କାହିଁକି ସଫା କରିନ ବୋଲି ନବମ ଶ୍ରେଣୀର କିଛି ଛାତ୍ର ସମ୍ପୃକ୍ତ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ କହିଥିଲେ। ଅଷ୍ଟମ ଶ୍ରେଣୀ ଛାତ୍ର ଜଣକ ଆମେ କାହିଁକି କରିବୁ ବୋଲି କହିବାରୁ ସେମାନେ ମାଡ ମାରିଥିଲେ। ଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ମଙ୍ଗଳବାର ରାତିରେ ଆହତ ଛାତ୍ର ନିଜ ଗ୍ରାମ କାଶିନିପଦର ପଞ୍ଚାୟତ ଭାଲୁରୁଗାଁକୁ ଆସି ବାପାଙ୍କୁ ଘଟଣା ବିଷୟରେ କହିଥିଲେ। ଆହତ ଛାତ୍ରଙ୍କୁ ଫିରିଙ୍ଗିଆ ମେଡିକାଲକୁ ନିଆଯାଇଥିଲା। ବିଦ୍ୟାଳୟରେ ସିସିଟିଭି ଥିବା ସତ୍ତ୍ୱେ ଏପରି ଘଟଣା ଘଟିବା ଏବଂ ଶିକ୍ଷକଙ୍କ ଦାୟିତ୍ୱହୀନତା ସମସ୍ୟାକୁ ଆହୁରି ଜଟିଳ କରିଛି। ଆହତ ଛାତ୍ରଙ୍କ ବାପା ପ୍ରଧାନଶିକ୍ଷୟିତ୍ରୀଙ୍କୁ ଦାୟୀ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରଧାନଶିକ୍ଷୟିତ୍ରୀ ପ୍ରମଦା ସାହୁ କହିଛନ୍ତି, ମାସେ ହେଲା ସିସିଟିଭି ଖରାପ। ଛାତ୍ରଙ୍କ ବାପା କହିବାରୁ ଘଟଣା ବିଷୟରେ ଜାଣିଲି। ଫିରିଙ୍ଗିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ର ବେହେରା କହିଛନ୍ତି, ପିଲାଙ୍କ ମଧ୍ୟରେ ମାରପିଟ ହୋଇଛି। ଅଷ୍ଟମ ଶ୍ରେଶୀ ପିଲାଟି ହଷ୍ଟେଲ ଛାଡି ପଳାଇଥିଲା। ଯେଉଁ ପିଲା ମାରିଛନ୍ତି, ସେମାନେ ଆଉ ହଷ୍ଟେଲରେ ନ ରହି ପ୍ରତିଦିନ ବିଦ୍ୟାଳୟରେ ପଢ଼ି ଘରକୁ ଯିବେ ବୋଲି ନିଷ୍ପତି ହୋଇଛି।

ଫୋଟୋ - http://v.duta.us/A8iCOAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/U93KWAAA

📲 Get Berahampur News on Whatsapp 💬