[berahampur] - ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

  |   Berahampurnews

ଫୁଲବାଣୀ ଅଫିସ, ୧୫ା୨-କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ଅଳ୍ପ ଦୂର ଗଞ୍ଜୁଗୁଡା ପଞ୍ଚାୟତ ଲୁହୁରୀବାଲି ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି ପାରିନାହିଁ। ତେଣୁ ଗ୍ରାମର ମହିଳାମାନେ ଏଥିରେ ଅତିଷ୍ଠ ହୋଇ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯଥାଶୀଘ୍ର ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ନଚେତ ଆନ୍ଦୋଳନ ହେବ। ଆଗାମୀ ସାଧାରଣ ନିର୍ବାଚନର କୌଣସି ପ୍ରାର୍ଥୀଙ୍କୁ ଗ୍ରାମ କିମ୍ବା ପଞ୍ଚାୟତକୁ ଆସିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ଗ୍ରାମବାସୀ ବିପିଏଲ ଶ୍ରେଣୀଭୁକ୍ତ। ହେଲେ ଏ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ ା ଯଦ୍ଦ୍ବାରା ପିଲାମାନେ ରାତିରେ ପଢ଼ି ପାରୁ ନାହାନ୍ତି। ଏ ନେଇ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କୁ କହିଲେ ବି ସମସ୍ୟା ସମାଧାନ ହେଉନି। ତେଣୁ ଗୁରୁବାର ପ୍ରଶାସନକୁ ଅବଗତ କରାଯାଇଛି। ତୁରନ୍ତ ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଉ ବୋଲି ଗ୍ରାମର ନମିତା ଦିଗାଲ, ରୁପା ରାଣୀ ଦିଗାଲ, କ୍ରିଷ୍ଣା ସେଠୀ, ପ୍ରଭାସିନୀ ଦିଗାଲ, ସୁଜାତା ବେହେରା, ଦିବ୍ୟ ଦିଗାଲ, ରେଣୁକା ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି। ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା ତୁରନ୍ତ ସମସ୍ୟାର ସମାଧାନ ପାଇଁ ସାଉଥକୋକୁ ଲିଖିତ ଭାବେ ଅବଗତ କରିଛନ୍ତି।

ଫୋଟୋ - http://v.duta.us/8Qa1GgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/MxpDvQAA

📲 Get Berahampur News on Whatsapp 💬