[berahampur] - ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

  |   Berahampurnews

ଭଞ୍ଜନଗର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସୋରାଦେବୀ ମନ୍ଦିର ଗଣ୍ଡିଶୁଳା ରାସ୍ତାରେ ଶୁକ୍ରବାର ସକାଳେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ମହମ୍ମଦ ଇମ୍ରାନ ଓରଫ ଇମୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଇମୁର ଗୋଡରେ ଦୁଇଟି ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଇମୁ ଏକାଧିକ ଅପରାଧିକ ମାମଲାରେ ଜଡିତ ଥିବା ବେଳେ କିଛି ଦିନ ପୂର୍ବରୁ ଭଞ୍ଜନଗରରେ ନିଜର ବର୍ବରତା ଜାହିର କରିଥିଲ। ସହରରେ ଲଗାତାର ଭାବେ ବୋମାମଡ଼ କରି ଲୋକଙ୍କୁ ଭୟଭୀତ କରାଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଭଞ୍ଜନଗର ଏସ୍‌ଡ଼ିପିଓଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ପୋଲିସ ଇମୁଙ୍କୁ ବହୁଦିନରୁ ଖୋଜୁଥିବା ବେଳେ ଆଜି ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଇମୁ ଓ ତାର ସହଯୋଗୀ ଗୁଣ୍ଡିଶୁଳା ରାସ୍ତାରେ କିଛି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା ଖବର ପୋଲିସ ପାଖରେ ପହଞ୍ଚିଥିଲା। ପୋଲିସର ଏକ ଟିମ ସେମାନଙ୍କ ପିଛା କରିବା ପରେ ଇମୁ ପୋଲିସ ଉପରକୁ ଗୁଳିମାଡ କରିଥିଲା। ତେବେ ପୋଲିସର ପାଲଟା ଗୁଳିରେ ଇମୁ ଆହତ ହୋଇଥିବା ବେଳେ ତାର ଅନ୍ୟ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଛି। ଅନ୍ୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ସୋରାଦେବୀ ଜଙ୍ଗଲରେ ଚଢ଼ାଉ ଜାରି ରଖିଛି। ଘଟଣାସ୍ଥଳରୁ ଗୋଟିଏ ମାଉଜର ଓ ଗୋଟିଏ ଗୁଳି ଜବତ କରିବା ସହ ଗୋଟିଏ ପଲସର ବାଇକ ମଧ୍ୟ ଜବତ କରିଛି ପୋଲିସ।

ଫୋଟୋ - http://v.duta.us/EV9MXQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/OE9VdAAA

📲 Get Berahampur News on Whatsapp 💬