[berahampur] - ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

  |   Berahampurnews

ବୁଗୁଡ଼ା,୧୫ା୨(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତରେ ଥିବା ୯ ଖଣ୍ଡ ଗ୍ରାମକୁ ମଦମୁକ୍ତ କରିବାକୁ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମଦମୁକ୍ତ ପଞ୍ଚାୟତ ଘୋଷଣା ଦାବି ନେଇ ଗୁରୁବାର ଉକ୍ତ ପଞ୍ଚାୟତର ଜନସାଧାରଣ ତଥା ସହସ୍ରାଧିକ ମହିଳା ଏହି ଅଭିଯାନ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଉକ୍ତ ପଞ୍ଚାୟତରେ ଗତ ୩ ମାସ ଭିତରେ ୪ ଜଣଙ୍କର ମଦ ପିଇ ମୃତ୍ୟୁ ହେବା ସହ ଦିନକୁ ଦିନ ଗ୍ରାମଗୁଡିକରେ ଧନଜୀବନ ନଷ୍ଟ ଓ ବିଶୃଙ୍ଖଳା ଏବଂ ଅଶାନ୍ତି ସୃଷ୍ଟି ହେଉଛି। ଏହାର ପ୍ରତିକାର ପାଇଁ ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ତହସିଲଦାର, ବୁଗୁଡ଼ା ବିଡିଓ, ଥାନାଧିକାରୀ, ଅବକାରୀ ବିଭାଗ ଅଧିକାରୀଙ୍କୁ ଚିଠି ଲେଖାଯାଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗୁରୁବାର ସହସ୍ରାଧିକ ଏସଏଚଜି ମହିଳା, ଅଙ୍ଗନୱାଡି କର୍ମୀ, ଯୁବକ, ଜନ ପ୍ରତିନିଧି ଓ ଜନସାଧାରଣ ଏକାଠି ହୋଇ ଶୋଭାଯାତ୍ରାରେ ମଦ ନିବାରଣ ସକାଶେ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ଧରି ମାଣିତରା ଓ ଭୋଗଡ଼ା ପରିକ୍ରମା କରିଥିଲେ। ମହିଳାମାନେ ଏକାଠି ହୋଇ ଭୋଗଡ଼ା ଦେଶୀମଦ ଭାଟିରୁ ୫୦ ଳିଟର ସ୍ପିରିଟ ଓ ୧୦ ମଦ ବସ୍ତା ପାଉଚ ଆଣି ନିଆଁ ଲଗାଇ ଦେଇଥିଲେ। ଏପରିକି ମଦଭାଟି ତାଲା ମଧ୍ୟ ଭଙ୍ଗାଯାଇଥିଲା। ଭୋଗଡ଼ାରେ ୨ ଓ ମାଣିତରାର ୩ ଦୋକାନରେ ଥିବା ମଦରେ ନିଅଁା ଲଗାଇ ଦେଇଥିଲେ। ଏଥିପୂର୍ବରୁ ପଞ୍ଚାୟତକୁ ମଦମୁକ୍ତ ଘୋଷଣା କରି ଦୋକାନ ବନ୍ଦ କରିବା ପାଇଁ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ନିଷ୍କ୍ରିୟ ହୋଇଥିଲା। ଶୁକ୍ରବାର ମାଣିତରା ପଞ୍ଚାୟତ ମକରାପଲ୍ଲୀ, ତାମ୍ବିରି, କଣ୍ଡରେଇ ଓ ମଙ୍ଗରାଜପୁର ଗ୍ରାମରେ ନିଶା ନିବାରଣ ଶୋଭାଯାତ୍ରା କରାଯାଇ ମଦ ଦୋକାନ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ କୁହାଯାଇଛି।

ଫୋଟୋ - http://v.duta.us/h8TXRAAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/RB1zKwAA

📲 Get Berahampur News on Whatsapp 💬