[odisha] - କାଳିଆର ସଫଳତା କ୍ଷେତ୍ର ଅଧିକାରୀଙ୍କ ଉପରେ ନ୍ୟସ୍ତ: କୃଷି ମନ୍ତ୍ରୀ

  |   Odishanews

ଭୁବନେଶ୍ବର : କାଳିଆ ଯୋଜନାରେ ଭୂମିହୀନ କୃଷି ଶ୍ରମିକଙ୍କୁ ଜୀବିକା ନିର୍ବାହ ପାଇଁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆଯାଇଛି। ଭୁବନେଶ୍ବର ସ୍ଥିତ କୃଷି ଭବନରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶଶିଭୂଷଣ ବେହେରା।

ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମନ୍ତ୍ରୀ କହିଛନ୍ତି, କାଳିଆ ଯୋଜନାରେ ଭୂମିହୀନ କୃଷି ଶ୍ରମିକମାନଙ୍କୁ ଜୀବିକା ନିର୍ବାହନ ପାଇଁ ଦିଆଯାଉଥିବା ଆର୍ଥିକ ସହାୟତା ଯେପରି ଠିକଣା ଭାବରେ ଉଦ୍ଦିଷ୍ଟ ପ୍ରକଳ୍ପରେ ବିନିଯୋଗ ହୋଇପାରିବ ତାକୁ ସୁନିଶ୍ଚିତ କରିବାର ଗୁରୁଦାୟିତ୍ବ କ୍ଷେତ୍ର ଅଧିକାରୀମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଯୋଜନାର ସଫଳତା ସେମାନଙ୍କର ନିଷ୍ଠ ଓ ଆନ୍ତରିକତା ଉପରେ ନିର୍ଭର କରୁଛି। ଏହି ଯୋଜନା ସହିତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହାକୁ ଏକ ଆହ୍ବାନ ରୂପେ ଗ୍ରହଣ କରି କାଳିଆ ଯୋଜନାକୁ ସର୍ବଶ୍ରେଷ୍ଠ ଯୋଜନା ଭାବରେ ପ୍ରମାଣ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।...

ଫୋଟୋ - http://v.duta.us/fx3EbgAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/71dqgwAA

📲 Get Odisha News on Whatsapp 💬