[odisha] - ବିଜେପିକୁ ‌ବିଜେଡିର ଭର୍ତ୍ସନା : ମିଛ ବାହାସ୍ଫୋଟରେ ଧର୍ମେନ୍ଦ୍ର ପିଏଚ୍‌ଡି ହାସଲ କରିଛନ୍ତି

  |   Odishanews

ଭୁବନେଶ୍ବର : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆଜି କଣ୍ଟାବାଞ୍ଝିରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ବିଜେଡି ପ୍ରତିବାଦ କରିଛି। ବି‌େଜଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ। ମିଛ ବାହାସ୍ଫୋଟ ମାରିବାରେ ସେ ପିଏଚ୍‌ଡି ହାସଲ କରିଛନ୍ତି। ଓଡ଼ିଶାର ବିକାଶ ପାଇଁ ତିଳେ ମାତ୍ର ଚିନ୍ତା ନକରି କେବଳ ଭାଷଣବାଜି କରିଚାଲିଛନ୍ତି। ଓଡ଼ିଶା ସରକାର କ’ଣ କରିଛନ୍ତି ତାହା ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ନଜାଣି ଅଜ୍ଞତାର ପରିଚୟ ଦେଉଛନ୍ତି ନା ଅଭ୍ୟାସଗତ ମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ତା’ର ଜବାବ ନିଜେ ଦିଅନ୍ତୁ।

ରାଜ୍ୟ ସରକାର ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଥିବାବେଳେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ନ କରିବା ପାଇଁ ଯୋଜନା କରିଛନ୍ତି। ୩୩ଟି ଯୋଜନାରେ ଅର୍ଥ କାଟ୍ କରିବା ସହ ୮ଟି ଯୋଜନା ବନ୍ଦ କରିଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟାପମ୍‌ ସ୍କାମ୍‌, ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ସଂପୃକ୍ତି ଥିବା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ସେହିପରି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟଙ୍କ ରାତିଅଧିଆ ମନ୍ତବ୍ୟକୁ କଟାକ୍ଷ କରି ଶ୍ରୀ ପାତ୍ର କହିଛନ୍ତି ଯେ, ଶ୍ରୀ ଆଚାର୍ଯ୍ୟ ସଦାବେଳେ ରାତି ୯ଟା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ଅବାଞ୍ଛିତ ମନ୍ତବ୍ୟ ଦିଅନ୍ତି। ଦିନବେଳେ କାହିଁକି ମନ୍ତବ୍ୟ ଦିଅନ୍ତିନି ତାହା ରହସ୍ୟ ଘେରରେ। ପିତାମ୍ବରଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ଯେ, ବିଜେପିକୁ ହାରିବାର ଭୟ ଗ୍ରାସିଛି। ଯେଉଁଥିପାଇଁ ସେମାନେ ମାନସିକ ଭାରସାମ୍ୟ ହରାଇ ବସିଲେଣି।

ଫୋଟୋ - http://v.duta.us/dwaSYQAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/ReKTYwAA

📲 Get Odisha News on Whatsapp 💬