[odisha] - ରତ୍ନଭଣ୍ତାର ସୁରକ୍ଷା ଦାବିରେ ସି˚ହଦ୍ବାରରୁ ନବୀନ ନିବାସ ପଦଯାତ୍ରା

  |   Odishanews

ଭୁବନେଶ୍ବର : ରତ୍ନଭଣ୍ଡାର ସୁରକ୍ଷା ଦାବିରେ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ଏକ ପଦଯାତ୍ରା ସିଂହଦ୍ବାରରୁ ବାହାରି ନବୀନ ନିବାସରେ ପହଞ୍ଚିବ। ପଦଯାତ୍ରାଟି ଶୁକ୍ରବାର ପୁରୀରୁ ବାହାରି ଚନ୍ଦନପୁର, ସାକ୍ଷୀଗୋପାଳ, ଡେଲାଙ୍ଗ, ପିପିଲି ହୋଇ ନବୀନ ନିବାସରେ ପହଞ୍ଚିବ ବୋଲି ପରିଷଦର ଆବାହକ ଅନିଲ ବିଶ୍ବାଳ କହିଛନ୍ତି।

ପରିଷଦ ପକ୍ଷରୁ କୁହାଯାଇଛି ଯେ, ଗତ ୧୪ ଫେବ୍ରୁଆରିରେ ରତ୍ନ ଭଣ୍ତାର ଚାବି ହଜିବା ଘଟଣା ସାମ୍ନାକୁ ଆସିଲା ପରେ ରାଜ୍ୟ ସରକାର ଏକ ବିଚାର ବିଭାଗୀୟ ତଦନ୍ତ କମିସନ ଘୋଷଣା କରିଥିଲେ। ୩ ମାସ କାର୍ଯ୍ୟକାଳ ପୂରିବା ପରେ ମଧ୍ୟ ତଦନ୍ତ କମିସନ ରିପୋର୍ଟ ଦେଇପାରି ନଥିଲେ। ଫଳରେ ରାଜ୍ୟ ସରକାର କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରି ରିପୋର୍ଟ ଦେଲେ। ଯେଉଁ ରିପୋର୍ଟ ଦିଆଯାଇଥିଲା ସେଥିରେ କୌଣସି ନିଷ୍କର୍ସ ବାହାରିଲା ନାହିଁ। ତଦନ୍ତ ରିପୋର୍ଟକୁ ଚାପିଦେଲେ। ରତ୍ନଭଣ୍ତାରକୁ ତୁରନ୍ତ ଖୋଲି ଏଥିରେ ଥିବା ମୂଲ୍ୟବାନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ? ତାହାର ସଠିକ ଯାଞ୍ଚ କରାଯାଇ ରିପୋର୍ଟକୁ ସାର୍ବଜାନୀନ କରିବାକୁ ପରିଷଦ ଦାବି କରିଛି।...

ଫୋଟୋ - http://v.duta.us/_mXE6wAA

ରେଡ କଂପ୍ଲେଟ ନେବତ୍ସ ହେରେ — - http://v.duta.us/68PMjAAA

📲 Get Odisha News on Whatsapp 💬